THE BYAPINI

ଅଞ୍ଜନା ମିଶ୍ର ମାମଲାରେ ପୂର୍ଣ୍ଣଚ୍ଛେଦ

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି । ଦୀର୍ଘ ୧୯ ବର୍ଷ ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ । ସିବିଆଇ ଓ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ ପରେ ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଷଡଯନ୍ତ୍ରକାରୀ ଅଭିଯୁକ୍ତମାନେ ମଧ୍ୟ ଜୀବିତ ନଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ର ଅଭିଯୋଗ କରି ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ୨୦୦୨ରେ ମାମଲା ଦାୟର କରାଯାଇଥିଲା। ସିବିଆଇ ତଦନ୍ତରେ ଶିଥିଳତା ଅଭିଯୋଗ କରି ସେ ଆବେଦନ ଦାଏର କରିଥିଲେ।ଏବେ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଆବେଦନର ହାଇକୋର୍ଟରେ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

କିଛିଦିନ ତଳେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ ନଭି ମୁମ୍ବାଇ ଆମ୍ବି ଭ୍ୟାଲିରୁ କମିସନରେଟ ପୁଲିସ ଗିରଫ କରିଥିଲା । ୨୨ ବର୍ଷ ହେବ ବିବନ ଫେରାର ଥିଲା । ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ ସେଠି କାମ କରୁଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.