ସାଂସଦ ବନାମ ବିଏମସି
ଅପରାଜିତାଙ୍କ ଅନ୍ନପୂର୍ଣ୍ଣା ଯୋଜନା ବନାମ ବିଏମସିର ନୂଆ ନିୟମ । ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସାଂସଦ ଓ ବିଏମସି ମଧ୍ୟରେ ଶୀତଳ ଯୁଦ୍ଧ । ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ ତରଫରୁ ମାଗଣା ଖାଦ୍ୟ ବଣ୍ଟନ ନେଇ କଟକଣା ଜାରି କରାଯିବା ପରେ ଏହା ଏକ ରାଜନୈତିକ ମୋଡ଼ ନେଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ତାଙ୍କ ତତ୍ୱାବଧାନରେ ଚାଲିଥିବା ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣାରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ । ଏପଟେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ବିଏମସିର କଟକଣା କୌଣସି ସଂସ୍ଥା ବା ବ୍ୟକ୍ତିଙ୍କୁ ଆଖି ଆଗରେ ରଖି କରାଯାଇନାହିଁ ।
ଅପରାଜିତା ବନାମ ବିଏମସି । ଗତ ୭ ତାରିଖରେ ଅନ୍ନପୂର୍ଣ୍ଣା କାର୍ୟ୍ୟକ୍ରମକୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟ ବୋଲି କହିଥିଲେ ଅପରାଜିତା । ତେବେ ଅପରାଜିତାଙ୍କ ଏହି ଅନ୍ନପୂର୍ଣ୍ଣା ଯୋଜନା ବାଟରେ ଅନ୍ତରାୟ ସୃଷ୍ଟି କରିଛି ବିଏମସିର ନୂଆ ନିୟମ । ବିଏମସିର ନୂଆ ନିୟମ ଅନୁଯାୟୀ, ରାସ୍ତାକଡ଼ ଭିକ୍ଷାଜୀବୀଙ୍କୁ କେହି ଖାଦ୍ୟ କିମ୍ବା ବସ୍ତ୍ର ବଂଟନ କରିପାରିବେ ନାହିଁ । ବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । କିଛି ସଙ୍ଗଠନ ତଥା ବ୍ୟକ୍ତିବିଶେଷ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ନିର୍ଦ୍ଦିଷ୍ଟ ସମୟରେ ଖାଇବା ସହିତ ବସ୍ତ୍ର ବଣ୍ଟନ କରୁଛନ୍ତି । ଯାହା ଭିକ୍ଷୁକମାନଙ୍କ ମାନସିକତାରେ ପରିବର୍ତ୍ତନ ହେବାରେ ବାଧକ ସାଜିଛି । ତେଣୁ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି । ଏଣିକି ବିଏମସିର ବିନା ଅନୁମତିରେ ବ୍ୟକ୍ତି କିମ୍ବା ସଙ୍ଗଠନ ରାସ୍ତାକଡ଼ର ଭିକ୍ଷୁକଙ୍କୁ ସହାୟତା ଯୋଗାଇ ପାରିବେ ନାହିଁ । ଇଚ୍ଛୁକ ବ୍ୟକ୍ତିମାନେ ଆଶ୍ରୟସ୍ଥଳୀକୁ ଯାଇ ନିଜର ସହାୟତା ଯୋଗାଇ ପାରିବେ । ଏଭଳି ନିର୍ଦ୍ଦେଶନାମା ଜାରି କରିଛି ବିଏମସି ।
ବିଏମସି ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ଣୁ ଏହା ବିଏମ୍ସିର ନୂଆ ନିୟମ ଭିତରକୁ ଆସୁନାହିଁ ।’ ଅପରାଜିତାଙ୍କ ପ୍ରତିକ୍ରିୟା ପରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ବିଏମସିର କଟକଣା କୌଣସି ସଂସ୍ଥା ବା ବ୍ୟକ୍ତିଙ୍କୁ ଆଖି ଆଗରେ ରଖି କରାଯାଇନାହିଁ ।