THE BYAPINI

୬ ମାସ ବଢିଲା ମାଗଣା ଚାଉଳ ଅବଧି

Get real time updates directly on you device, subscribe now.

ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ ମିଳିବ । ଆସନ୍ତା ସେପ୍ଟେମ୍ବର ପର୍ୟ୍ୟନ୍ତ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆଧାରରେ ଏହି ଅତିରିକ୍ତ ମାଗଣା ଚାଉଳ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ଯାଏ ହିତାଧିକାରୀଙ୍କୁ ମିଳିବ । ଏହି ମାଗଣା ବଂଟନ ଦ୍ୱାରା ରାଜ୍ୟର ୮ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ । ଯେଉଁଥିପାଇଁ ଖର୍ଚ୍ଚ ହେବ ୯୧ କୋଟି ୭୦ ଲକ୍ଷ ଟଙ୍କା । ପ୍ରତି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ଯୋଜନା ଅନ୍ତର୍ଗତ ୨୪ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ପୂର୍ବରୁ ଏହି ଯୋଜନା ଡିସେମ୍ବର, ୨୦୨୧ରୁ ମାର୍ଚ୍ଚ ୨୦୨୨ ଯାଏ ଧାର୍ୟ୍ୟ ରହିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.