THE BYAPINI

ମହିଳା କମିସନରେ ମୁହାଁମୁହିଁ

Get real time updates directly on you device, subscribe now.

ମହିଳା କମିଶନରେ ମୁହାଁମୁହିଁ ହେଲେ ବର୍ଷା-ଅନୁଭବ । ବର୍ଷା- ଅନୁଭବଙ୍କ ପାରିବାରିକ ବିବାଦ ଧୀରେ ଧୀରେ ତେଜିବାରେ ଲାଗିଛି। ଓଲିଉଡ୍ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଉଭୟଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ।

ପାରିବାରିକ ବିବାଦ ମାମଲାରେ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ମହିଳା କମିସନରେ ହାଜର ପାଇଁ ନୋଟିସ ହୋଇଥିଲା । ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନି ହାଜର ହୋଇ ମହିଳା କମିସନଙ୍କ ନିକଟରେ ଉଭୟ ନିଜର ପକ୍ଷ ରଖିଛନ୍ତି । ଶାରୀରିକ ଅସୁସ୍ଥ ଯୋଗୁଁ ଅନୁଭବଙ୍କ ବାପା ଏବଂ ମାଆ ମହିଳା କମିଶନଙ୍କ ନିକଟରେ ହାଜର ହୋଇପାରି ନାହାନ୍ତି।

ବର୍ଷା ପହଞ୍ଚିବାର କିଛି ଘଣ୍ଟା ପରେ ଅନୁଭବ ମହିଳା କମିଶନଙ୍କ ନିକଟରେ ପହଞ୍ଚିଥିଲେ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ କଥାବାର୍ତ୍ତା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ବର୍ଷା ଓ ଅନୁଭବଙ୍କ ୩ ଘଂଟା ଧରି ଆଲୋଚନା କରିଥିଲେ ଅଧ୍ୟକ୍ଷା । ଆଲୋଚନା ସମୟରେ ଉଭୟଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ । ଆଲୋଚନା ପରେ ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ କମିଶନ ଅଧ୍ୟକ୍ଷା ଆଶାବାଦୀ ଅଛନ୍ତି ।

ସେପଟେ ମହିଳା କମିଶନଙ୍କ ପକ୍ଷରେ ହାଜର ହେବା ପରେ ଅନୁଭବ କହିଛନ୍ତି, ସେ ତାଙ୍କ ପକ୍ଷ ରଖିଛନ୍ତି । ସେ କହିଛନ୍ତି ମା ଓ ମହିଳାଙ୍କ ସୁବିଧା ପାଇଁ ମହିଳା କମିଶନ ଗଠିତ ହୋଇଛି । ଏଠାରେ ସେମାନେ ନିଜ ସମସ୍ୟା ଜଣାଇବେ । ମହିଳା କମିଶନଙ୍କୁ ସମ୍ମାନ ଜଣାଇ ସେ ହାଜର ହୋଇଥିଲେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.