THE BYAPINI

ନନ୍ଦିଘୋଷ ଟିଭିରେ ବର୍ଷାଙ୍କ କାର୍ଯ୍ୟକ୍ରମ ଅନୁଭବଙ୍କ ପାଇଁ ସତର୍କଘଂଟି ?

Get real time updates directly on you device, subscribe now.

ଅନୁଭବ-ବର୍ଷା ବିବାଦରେ କିଏ ସତ କହୁଛି ଆଉ କିଏ ମିଛ, ତାକୁ ନେଇ ତର୍ଜମା ଚାଲୁଛି । ହେଲେ ଏହାରି ଭିତରେ କିନ୍ତୁ ନୁଆ କିଛି ଘଟଣାମାନ ଘଟୁଛି, ଯାହା ବଡ ରାଜନୈତିକ ପଟ୍ଟ ପରିବର୍ତ୍ତନର ସଂକେତ ଦେଉଛି । ଖାସ କରି ନନ୍ଦିଘୋଷ ଟିଭିରେ ବର୍ଷାଙ୍କୁ ସାମିଲ କରି କିଛି କାର୍ଯ୍ୟକ୍ରମ କରିବା ରାଜନୈତିକ ମହଲକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ବିଜୁ ଜନତା ଦଳରେ ଅନୁଭବଙ୍କ କାଟତି କମୁଛି ଏବଂ ବର୍ଷାଙ୍କର କାଟତି ବଢୁଥିବାର ସଂକେତ ମିଳୁଛି ।

ଦୁର୍ଗାପୁଜା ସମୟରେ ବର୍ଷା କରିଥିବା ଏକ ଭିଡିଓକୁ ନନ୍ଦିଘୋଷ ଟିଭିରେ ଲଂଚ କରାଯାଇଥିଲା । ସେହିଭଳି ଆଜି ମଧ୍ୟ ନିଜର ଆଉ ଏକ ମ୍ୟୁଜିକ ଭିଡିଓ ରିଲିଜ କାର୍ଯ୍ୟକ୍ରମ ବର୍ଷା ନନ୍ଦିଘୋଷ ଟିଭିରେ ହିଁ ରଖିଥିଲେ । ବଡ କଥା ହେଉଛି ବର୍ଷା ନନ୍ଦିଘୋଷ ଟିଭିରେ ଭିଡିଓ ରିଲିଜ କରିବାକୁ ବାଛୁଛନ୍ତି ନା ନ୍ଦିଘୋଷ ଟିଭି ବର୍ଷାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି? ଏହି ଦୁଇଟି ଘଟଣା ପଛରେ ବଡ ରାଜନୈତିକ ଦୃଶ୍ୟପଟ୍ଟ ରହିଛି, ଏହାକୁ ସଂପୁର୍ଣ୍ଣ ଅସ୍ୱୀକାର କରାଯାଇ ପାରିବ ନାହିଁ ।

ରାଜ୍ୟରେ ଲୋକଙ୍କ ଭିତରେ ଗ୍ରହଣୀୟତା ଦୃଷ୍ଟିକୋଣରୁ ଆହୁରି ବଡ ବଡ ଚ୍ୟାନେଲ ଥାଇ ସୁଦ୍ଧା ବର୍ଷା ନନ୍ଦିଘୋଷ ଟିଭିରେ ମ୍ୟୁଜିକ ଭିଡିଓ ରିଲିଜ କରୁଛନ୍ତି । ଗଣମାଧ୍ୟମରେ ରୁଚି ରଖୁଥିବା ଅନେକ ବ୍ୟକ୍ତି ଚର୍ଚ୍ଚା କରନ୍ତି ଯେ, ନନ୍ଦିଘୋଷ ଟିଭି ସରକାରୀ ଦଳ ସପକ୍ଷରେ ଖବର ବାହାର କରିଥାଏ । ରାଜ୍ୟରେ ଶାସକ ଦଳ ବିଜେଡି ଆଉ ଏହି ଦଳର କେନ୍ଦ୍ରାପଡା ସାଂସଦ ହେଉଛନ୍ତି ଅନୁଭବ ମହାନ୍ତି । ଆଉ ବର୍ଷାଙ୍କ ସହ ଅନୁଭବଙ୍କ ପାରିବାରିକ ବିବାଦ ଚରମସୀମାରେ ରହିଛି । ଏଭଳି ସ୍ଥଳେ ନନ୍ଦିଘୋଷ ଟିଭିରେ ବର୍ଷାଙ୍କ କାର୍ଯ୍ୟକ୍ରମ ଅନୁଭବଙ୍କ କଟା ଘାରେ ଚୁନ ମାରିବା ସଦୃଶ ହୋଇଛି ।

କିଛି ଦିନ ତଳେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀରେ ଯେତେବେଳେ ଅନୁଭବ ଅନୁପସ୍ଥିତ ଥିଲେ, ସେତେବେଳେ କିଛି ନେତା ଦେଇଥିବା ବୟାନ ସାଂସଦଙ୍କ ବିରୁଦ୍ଧରେ ଯାଇଥିଲା । ଆଉ ସେବେଠାରୁ ସ୍ଥିତି ଧୀରେ ଧୀରେ ସ୍ପଷ୍ଟ ହେଉଥିଲା । କେନ୍ଦ୍ରାପଡାରେ ତ ଦଳୀୟ ବିଧାୟକ, ସାଂସଦଙ୍କୁ ଖୋଜୁନଥିବାର ପ୍ରମାଣ ସମସ୍ତଙ୍କ ସାମ୍ନାରେ ଜଳଜଳ ହୋଇ ଦେଖିବାକୁ ମିଳୁଛି । ଦଳର ପ୍ରତିଷ୍ଠା ଦିବସରେ ଅନୁଭବଙ୍କୁ କେହି ଲୋଡିଲେ ନାହିଁ ବୋଲି ବିଭିନ୍ନ ଖବର କାଗଜରେ ଲେଖା ବାହାରିଛି । ତେଣୁ ଏଭଳି ସ୍ଥଳେ ଅନୁଭବଙ୍କ ରାଜନୈତିକ ଦ୍ୱାର ଧୀରେ ଧୀରେ ବନ୍ଦ ହୋଇ ଆସୁଥିବା ବେଳେ ବର୍ଷାଙ୍କ ରାଜନୈତିକ ଦ୍ୱାର ଧୀରେ ଧୀରେ ଖୋଲୁଥିବା ଚର୍ଚ୍ଚା ହେଉଛି । ଏମିତିରେ ମଧ୍ୟ ବିଜେଡି ମହିଳା ସଶକ୍ତିକରଣ ଉପରେ ଜୋର ଦେଉଛି । ତେଣୁ ଗୋଟିଏ ଗୁଳିର ଦଳ ଦୁଇଟି ଶୀକାର ମଧ୍ୟ କରିପାରେ ।

Get real time updates directly on you device, subscribe now.

Leave A Reply

Your email address will not be published.