THE BYAPINI

କଟକ ଆସିଲା ବର୍ଷା-ଅନୁଭବ ମାମଲା

Get real time updates directly on you device, subscribe now.

ଏଣିକି ଦିଲ୍ଲୀରେ ନୁହେଁ କଟକରେ ହେବ ଓଲିଉଡର ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣୀ । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ସୁପ୍ରିମକୋର୍ଟ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜିର ଶୁଣାଣି ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱୀନି ଦୁବେ । ସେ କହିଛନ୍ତି ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରିନଥିଲେ । ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା । ଏପରିକି ଯଥାଶୀଘ୍ର ଶୁଣାଣି ଆରମ୍ଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ । ବର୍ଷାଙ୍କ ଓକିଲ କୃଷ୍ଣା କୁମାର କହିଛନ୍ତି ଉଭୟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ନେଇ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ମାତ୍ର ଥରକୁ ଥର ଦିଲ୍ଲୀ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବେ କହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା।

ବର୍ଷା-ଅନୁଭବଙ୍କ ମଧ୍ୟରେ ପାରିବାରିକ ବିବାଦ ରହିଆସିଛି । ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଏହାପରେ ଭରଣ ପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟ ଯାଇଥିଲେ ବର୍ଷା । ପରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲିକୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବର୍ଷା । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.