ବର୍ଷା ତୁମେ ଭଲରେ ରୁହ..
ବର୍ଷା ତୁମେ ଭଲରେ ରୁହ, ଖୁସିର ରୁହ । ଆଜି ପୁଣି ପାରିବାରିକ ଅଦାଲତରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତିା ଆଉ କୋର୍ଟରୁ ହାଜର ହୋଇ ଫେରିବା ପରେ ଏପରି ବୟାନ ରଖିଥିଲେ ଅନୁଭବ ମହାନ୍ତି । କହିଥିଲେ, ବର୍ଷା ତୁମେ ଭଲରେ ରୁହ । ବର୍ଷା ଜାଣିଛନ୍ତି ସେ କେମିତି ଅଣଦେଖା କରନ୍ତି । ଚାଲିଥିବା ମାମାଲା ନେଇ ବର୍ଷା ଓ ତାଙ୍କ ଓକିଲ ସଠିକ ତଥ୍ୟ ରଖନ୍ତୁ । ଲୋକଙ୍କ ସାମନାରେ ଭିନ୍ନଭିନ୍ନ କଥା ରଖୁଛନ୍ତି ବର୍ଷା । ବର୍ଷାଙ୍କୁ ଭଲ ପାଇ ବାହା ହୋଇଥିଲି, ବର୍ଷାଙ୍କଠୁ କେବେ ଏଭଳି ଆଶା କରେନି । ଏଭଳି ହେଲେ ପ୍ରେମ ଉପରୁ ଭରସା ଉଠିଯିବ ବୋଲି କହିଛନ୍ତି ଅନଭବ । ଆଉ ଖୁବ ଶୀଘ୍ର ସାମ୍ବାଦିକ ସମ୍ମିଳନୀରେ ସବୁ କହିବି ବୋଲି କହିଛନ୍ତି ଅନୁଭବ ।
ଛାଡପତ୍ର ନେଇ ହୋଇଥିବା ମାମଲା ଆଜି ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା କେନ୍ଦ୍ରରେ ହେବାର ଥିଲା ,ଏନେଇ ସାଂସଦ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କୋର୍ଟକୁ ଆସିନଥିଲେ । ତେବେ ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି ।