ଆସିଲେନି ବର୍ଷା, ନିରାଶ ହୋଇ ଫେରିଲେ ଅନୁଭବ
ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ତୁଟିବାର ନାଁ ନେଉନି । ବର୍ଷା କରିଥିବା ମାମଲାକୁ ନେଇ ଆଜି ପୁଣି କଟକ ଫ୍ୟାମିଲି ଓ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ହେଲେ ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।
ଅନୁଭବ ମହାନ୍ତି କହିଛନ୍ତି, ବର୍ଷା ଜାଣିଶୁଣି କୋର୍ଟକୁ ଆସୁନାହାନ୍ତି । ଅନୁଭବ କହିଛନ୍ତି-“ଗତକାଲି ସେ ଆସିଥିଲି। ହେଲେ ବର୍ଷା ଆସିଲେନି। ଆଜି ମଧ୍ୟ ସେ କୋର୍ଟକୁ ଆସିଥିବା ବେଳେ ବର୍ଷା ଆସିଲେନି। କଟାକ୍ଷ କରି ଅନୁଭବ କହିଛନ୍ତି, ସୋସିଆଲ ମିଡିଆରେ ମନ୍ତବ୍ୟ ଦେବାକୁ ସମୟ ଅଛି, ହେଲେ କୋର୍ଟକୁ ଆସିବାକୁ ସମୟ ମିଳୁନି । କୋର୍ଟଙ୍କ ପକ୍ଷରୁ ଧାର୍ୟ୍ୟ ହୋଇଥିବା ମଧ୍ୟସ୍ଥ କୋର୍ଟକୁ ଆସୁନାହାନ୍ତି ବର୍ଷା । ଏପରିକି ବର୍ଷା ଖୋଦ୍ ଦାଖଲ କରିଥିବା ଦୁଇଟି ଆବେଦନର ଶୁଣାଣି ତାରିଖରେ ମଧ୍ୟ ବର୍ଷା ଉପସ୍ଥିତ ନ ଥିଲେ । ଏନେଇ କୋର୍ଟଙ୍କ ବାରମ୍ବାର ନୋଟିସ୍ କରିବା ସତ୍ତ୍ୱେ ଏହାକୁ ବର୍ଷା ବେଖାତିର କରିଥିବା ଅନୁଭବ କହିଛନ୍ତି ।
ଗତ ଏପ୍ରିଲ ୫ ତାରିଖରେ ପାରିବାରିକ ବିବାଦ ନେଇ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ବର୍ଷା, ଅନୁଭବ । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହେବାପରେ ଉଭୟଙ୍କୁ ଫ୍ୟାମିଲି କୋର୍ଟ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ ବଦଳରେ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।