THE BYAPINI

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କଲେ ଅପରାଜିତା

Get real time updates directly on you device, subscribe now.

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାର ବିଭିନ୍ନ କାର୍ୟ୍ୟକ୍ରମ କରୁଛନ୍ତି । ହେଲେ ତାଙ୍କୁ କାହିଁକି ଡକା ହେଲାନି ବୋଲି ସେ ଚିଠି ଜରିଆରେ ପଚାରିଛନ୍ତି । ଏମିତିକି ସରକାର ଯେଉଁ ନିମନ୍ତ୍ରଣ କାର୍ଡ ଛାପିଛନ୍ତି ସେଥିରେ ମଧ୍ୟ ତାଙ୍କ ନାଁ ଉଲ୍ଲେଖ ନଥିବା କଥା ଚିଠିରେ ଲେଖିଛନ୍ତି ସାଂସଦ । ଜଣେ ଲୋକ ପ୍ରତିନିଧି ଭାବରେ ତାଙ୍କୁ ଏହି କାର୍ୟ୍ୟକ୍ରମକୁ ଡକାଯିବା କଥା କିନ୍ତୁ କାହିଁକି ଡକା ହେଲାନି ବୋଲି ଅପରାଜିତା ଚିଠି ଜରିଆରେ ପଚାରିଛନ୍ତି ।
ଏପରି ତ୍ରୁଟି ପାଇଁ କିଏ ଦାୟୀ ବୋଲି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ସାଂସଦ । ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁୂବନେଶ୍ୱର । ସେପଟେ ଅଲୋଡା ହୋଇପଡ଼ିଛନ୍ତି ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ । ଏପରିକି ଟ୍ୱିଟ କରିଏଥିପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା । ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆଜି ରାଜଧାନୀ ଭୁବନଶ୍ୱରର ପ୍ରତିଷ୍ଠା ଦିବସ । ଏହାକୁ ବଡ଼ ଧୁମଧାମରେ ରାଜ୍ୟ ସରକାର ପାଳନ କରୁଛନ୍ତି । ହେଲେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏହି ସମାରୋହକୁ ଆମନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ସାଂସଦ ହିସାବରେ ସମାରୋହରେ ସାମିଲ ହେବା ପାଇଁ ସେ ଆଗ୍ରହୀ, ହେଲେ କାହିଁକି ତାଙ୍କୁ ଆମନ୍ତ୍ରଣ କରାଗଲା ନାହିଁ ଓ ତାଙ୍କର ଦୋଷ କ’ଣ ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଅପରାଜିତା ।

Get real time updates directly on you device, subscribe now.

Leave A Reply

Your email address will not be published.