THE BYAPINI

ଅପରାଜିତାଙ୍କ ଓପରମୁହାଁ ଚାଲି! ମହାପ୍ରଭୁଙ୍କ ମୁରୁଜ ଉପରେ ମାଡିଗଲେ..

Get real time updates directly on you device, subscribe now.

କାର୍ତ୍ତିକ ମାସରେ ପଂଚୁକରେ ରାସ୍ତା ଉପରେ ପଡିଥିବା ମହାପ୍ରଭୁଙ୍କ ମୁରୁଜ ଉପରେ ଚଢିଗଲେ ଭୁବନେଶ୍ୱର ସାଂସଦ । ମୁରୁଜ ଉପରେ ପାଦଥୋଇ ପୁଣି ବିବାଦରେ ଫଶିଯାଇଛନ୍ତି ଅପରାଜିତା ଷଡଙ୍ଗୀ । ଗତକାଲି ଥିଲା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ । ପୁରୀ ପରି ଦ୍ୱିତୀୟ ଶ୍ରକ୍ଷେତ୍ର ବାରିପଦାରେ ମଧ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । କାର୍ତିକ ମାସ ପଂଚୁକ ଚାଲୁଥିବାରୁ ଏବେ ଘର ଆଗରେ, ଅଫିସ ଆଗରେ ମହାପ୍ରଭୁଙ୍କ ମୁରୁଜ ପଡିଥାଏ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଯାଉଥିବା ବେଳେ ମୁରୁଜ ଉପରେ ତାଙ୍କ ପାଦ ପଡିଯାଇଥିଲା । ଏହାକୁ ସେଠାରେ ଥିବା ଲୋକେ ଦେଖିବା ପରେ ସାଂସଦଙ୍କୁ ଅଟକାଇଥିଲେ । ହେଲେ ସାଂସଦ ଏହାକୁ ନେଇ ଟିକେ ବି ଦୁଃଖ ପ୍ରକାଶ କରିନଥିଲେ । ସାଂସଦଙ୍କ ଏପରି ଓପରମୁହାଁ ଚାଲିକୁ ତୀବ୍ର ନିନ୍ଦା କରାଯିବା ସହ ବାରିବଦା ଟାଉନ ଥାନାରେ ସମାଜସେବୀ ଅରୁଣ କୁମାର ବେହେରା ଏନେଇ ଏତଲା ମଧ୍ୟ ଦେଇଛନ୍ତି । ସାଂସଦଙ୍କ ବିରୋଧରେ ସେ କଡ଼ା କାର୍ଯ୍ୟାନୁଷ୍‌ଠାନ ଦାବି କରିଛନ୍ତି । ସେବାୟତ ମହାସଂଘର ସଭାପତି କାମେଶ୍ୱର ତ୍ରିପାଠୀ ମଧ୍ୟ ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି । ପୂର୍ବରୁ କରୋନା ସମୟରେ ବିିଭନ୍ନ ପ୍ରକାର ରାଲି, ସମାବେଶ କରି କୋଭିଡ ନିୟମ ଉଂଲଘନ କରି ଅନେକ ଥର ବିବାଦରେ ରହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ।

Get real time updates directly on you device, subscribe now.

Leave A Reply

Your email address will not be published.