THE BYAPINI

ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ: ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଉଠାଇନେଲା ମୁମ୍ବାଇ ପୁଲିସ

Get real time updates directly on you device, subscribe now.

୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାର ସଂପୃକ୍ତି ଦର୍ଶାଇ ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି । ଅର୍ଣ୍ଣବଙ୍କ ବାସଭବନରେ ପହଚିଂ ପୁଲିସ ତାଙ୍କୁ ଉଠାଇନେଇଛି । ଇଣ୍ଟେରିୟର ଡିଜାଇନର୍ ଅନ୍‌ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ଦର୍ଶାଇ ମୁମ୍ବାଇର ଆଲିବାଗ ପୁଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କ ହେପାଜତକୁ ନେଇଛି ।

୨୦୧୮ ମସିହାରେ ଅନ୍‌ଭୟ ନାୟକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କ ସଂପୃକ୍ତି .ନେଇ ଅଭିଯୋଗ ଆସିଥିଲ‌ା। ଅନ୍‌ଭୟ ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖି ଯାଇଥିଲେ, ଯେଉଁଥିରେ ଲେଖା ଥିଲା କି ଅର୍ଣ୍ଣବ ଓ ଫିରୋଜ ଶେଖ ଏବଂ ନୀତିଶ ସାରଦା ତାଙ୍କୁ ବକେୟା ୫.୪୦ କୋଟି ଟଙ୍କା ଦେଇନଥିଲେ ଯେଉଁଥିପାଇଁ ସେ ଆର୍ଥିକ ଅବସ୍ଥାରେ ଦୁର୍ବଳ ହୋଇପଡ଼ିଥିବା ସେ ସ୍ପଷ୍ଟ କରିଥିଲା ।

୨୦୧୮ରେ, ଆଲିବାଗ ପୋଲିସ ଆତ୍ମହତ୍ୟା ପାଇଁ ଅପହରଣ ମାମଲା ରୁଜୁ କରିଥିଲା କିନ୍ତୁ ୨୦୧୯ରେ ରାଇଗଡ ପୋଲିସ ଏହାକୁ ବନ୍ଦ କରି ଦେଇଥିଲା। ଗତ ମେ ମାସରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ଘଟଣାର ସିଆଇଡି ତଦନ୍ତ ଘୋଷଣା କରିବା ପରେ ଅନଭୟଙ୍କ ଝିଅ ତାଙ୍କ ନିକଟକୁ ଆସି ଅଭିଯୋଗ କରିଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି କାମ ବାବଦକୁ ବକେୟା ଦେୟ ପ୍ରଦାନ ନ କରିବା ଘଟଣାର ତଦନ୍ତ ଏ ଯାଏ ହୋଇନାହିଁ।

ଅନ୍ୟ ପକ୍ଷରେ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଟିଆରପି ଦୁର୍ନୀତର ଯାଞ୍ଚ୍ ମଧ୍ୟ ମୁମ୍ବାଇ ପୁଲିସ୍ କରୁଛି। ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.