THE BYAPINI

ଜଘନ୍ୟ ! ହତ୍ୟା ପରେ ଦୁଷ୍କର୍ମ !

Get real time updates directly on you device, subscribe now.

ପରୀ ହତ୍ୟା ମାମଲାର ଖୁଲାସା କରିଛି କ୍ରାଇମବ୍ରାଂଚ ଏସଆଇଟି । ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଘଟଣା ପଛର ପୁରା ସତ । କେମିତି ଆଉ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ତାକୁ ମିଡିଆ ସାମ୍ନାରେ ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କହିଛନ୍ତି, ପ୍ରଥମେ ପରୀକୁ ମାରିଥିଲା ମୁଖ୍ୟ ଅଭିଯୁକ୍ତ ଆଉ ଏହାପରେ ତା ସହ ଦୁଷ୍କର୍ମ ମଧ୍ୟ କରିଥିଲା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱିକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁୁକ୍ତ ମାନିଥିବା ନେଇ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ବଡ କଥା ହେଉଛିମ ଅଶ୍ଳୀଳ ଫିଲ୍ମ ଦେଖିବା ଅଭିଯୁକ୍ତର ଅଭ୍ୟାସ ଥିଲା । ଆଉ ଏହାହିଁ ତାକୁ ଅପରାଧୀ ସଜାଇଥିଲା । ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ଅଭିଯୁକ୍ତ । କାଳେ ଧରାପଡ଼ିଯିବ ବୋଲି ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ଅଭିଯୁକ୍ତ ସରୋଜ ସେଠୀ ମାନିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା । ଏହି ମାମଲାର ଖୁଲାସା କିନ୍ତୁ ସ୍ଥାନୀୟ ପୁଲିସ ଆଉ ଜିଲ୍ଲା ଏସପିଙ୍କ କାର୍ଯ୍ୟଦକ୍ଷତା ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ମାତ୍ର ୨୦ ଦିନ ଭିତରେ ମାମଲାର ପର୍ଦ୍ଦାଫାଶ କରିଥିଲା ଏସଆଇଟି, ହେଲେ ଜିଲ୍ଲା ପୁଲିସ ମାସ ପରେ ମାସ ବିତିଥିଲେ ମଧ୍ୟ ଏହାର ମୁଳକୁ ପହଁଚିବାରେ ବିଫଳ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.