ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା
ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା । ଭାରତୀୟ ସେନା ସହ ଯୋଗାଯୋଗ କଲା ଚୀନ୍ ପିପୁଲ୍ସ ଲିବରେସନ ଆର୍ମି । ଖୁବଶୀଘ୍ର ଆବଶ୍ୟକ ପ୍ରକ୍ରିୟା ଶେଷ କରି ଯୁବକଙ୍କୁ ଫେରାଇ ଦିଆଯିବ ବୋଲି ଚୀନ କହିଛି । ଭାରତ-ଚୀନ୍ ସୀମା ଏଲଏସି ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ । ଗତ ୨୦ ତାରିଖରେ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ନିଖୋଜ ହୋଇଥିବା ଜଣାପଡିଥିଲା ।
ଏପରିକି ଚୀନ୍ ସେନା ଯୁବକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହେବାପରେ ଆପତି କରିଥିଲେ ରାହୁଲ ଗାନ୍ଧୀ । ଆଉ ତାଙ୍କ ଆପତି ପରେ ଚୀନ୍ ପ୍ରତିପକ୍ଷଙ୍କ ସହ ସଂପର୍କ କରିଥିଲା ଭାରତୀୟ ସେନା । ଯୁବକଙ୍କୁ ଅପହରଣ କରାଯାଇଥିବା ଅରୁଣାଚଳ ପ୍ରଦେଶର ଜଣେ ସାଂସଦ ଦାବି କରିଥିଲେ । ସାଂସଦ ତାପିର ଗାଓ ଦାବି କରିଥିଲେ କି ଚୀନର ପିପୁଲ୍ସ ଲିବେରେସନ୍ ଆର୍ମୀ ମିରମ୍ ତରୁଣ ନାମକ ଜଣେ ଯୁବକଙ୍କୁ ଅପହରଣ କରିନେଇଛି ।
ପ୍ରଥମେ ଚୀନ ସୈନିକ ମାନେ କହିଥିଲେ ତାଙ୍କୁ ଭାରତୀୟ ଯୁବକଙ୍କ ବିଷୟରେ କୌଣସି ବି ଖବର ନାହିଁ । ହେଲେ ଆଜି ତାଙ୍କ ସୀମାରୁ ଏକ ଯୁବକ ମିଳିଥିବା ଭାରତୀୟ ସେନାକୁ ଖବର ନେଇଛନ୍ତି ଚୀନ ସେନା ।