THE BYAPINI

ଚାଲିଗଲେ ‘ରାମାୟଣର ରାବଣ’

Get real time updates directly on you device, subscribe now.

ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅରବିନ୍ଦଙ୍କ ଭଣଜା କୌସ୍ତୁଭ ସୂଚନା ଦେଇଛନ୍ତି । ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଅରବିନ୍ଦ ନିଜର ୪୦ବର୍ଷର ଅଭିନୟ କ୍ୟାରିୟରେ ସେ ୩୦୦ରୁ ଉର୍ଦ୍ଧ ସିନେମା ଓ ଧାରବାହିକରେ ଅଭିନୟ କରିଥିଲେ । ରାମାୟଣ ବ୍ୟତୀତ ବିକ୍ରମ ବେତାଳ ଓ ଅନ୍ୟାନ୍ୟ ପୌରାଣିକ ଏବଂ ସାମାଜିକ ଧାରବାହିକରେ ତାଙ୍କର ଚମକ୍ରାର ଅଭିନୟ ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଅରବିନ୍ଦ ତ୍ରିବେଦୀ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଗୁଜରାଟୀ ଭାଷାରେ ଧାର୍ମିକ ଓ ସାମାଜିକ ଫିଲ୍ମରେ ଅଭିନୟ କରି ଅରବିନ୍ଦ ଗୁଜରାଟୀ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ଗୁଜରାଟୀ ସିନେ ଇଣ୍ଡଷ୍ଟ୍ରିରେ କାମ କରିଥିଲେ।
୯୯୧ ଓ ୧୯୯୬ ମସିହା ପର୍ୟ୍ୟନ୍ତ ରାଜନୀତିରେ ସେ ସକ୍ରିୟ ରହିଥିଲେ । ସେ ଗୁଜରାଟର ସାବରକାଣ୍ଠା ନିର୍ବାଚନ ମଣ୍ଡଳୀ ପାଇଁ ମନୋନୀତ ହୋଇଥିଲେ । ଏହାଛଡ଼ା, ବିଜୟ ଆନନ୍ଦ ଇସ୍ତଫା ଦେବା ପରେ ସେ ‘ସେନ୍‌ସର୍‌ ବୋର୍ଡ ଫର୍‌ ସାର୍ଟିଫିକେସନ୍‌’ ର କାର୍ୟ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.