THE BYAPINI

ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍

Get real time updates directly on you device, subscribe now.

ଡ୍ରଗ୍ସ କେସରେ ବଢିଲା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ଅଡୁଆ । ମୁମ୍ବାଇର କିଲ୍ଲା କୋର୍ଟ ଆଜି ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଜାମିନ୍ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୋର୍ଟ କହିବା ସହିତ ଏହାକୁ ଖାରଜ କରିଦେଇଛନ୍ତି ।
ମାଜିଷ୍ଟ୍ରେଟ୍ କୋର୍ଟରେ ଆରୟନଙ୍କ ଓକିଲ ସତୀଶ ମାନସିନେ୍ଧ ଜାମିନ୍ ପାଇଁ ଆବେଦନ କରିଥିଲେ । ହେଲେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ କହିବା ମୁତାବକ, ଏହି ମାମଲା ସେଶନ କୋର୍ଟରେ ବିଚାର ହେବ । ଏପରିସ୍ଥଳେ ତାଙ୍କୁ ସେଶନ କୋର୍ଟ ଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ଏଥିସହିତ ଆରୟନଙ୍କ ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।

ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ଗତକାଲି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇଥିଲେ କୋର୍ଟ ହେଲେ ଆଜି ତାଙ୍କର ଜାମିନର ଶୁଣାଣି ଥିଲା କିନ୍ତୁ ଜାମିନ୍ ଦେଲେ ନାହିଁ କୋର୍ଟ। କୋର୍ଟରେ ଆର୍ୟନଙ୍କ ବେଲ ଆବେଦନ ଖାରଜ୍‌ ହୋଇଯାଇଛି। କେବଳ ଆର୍ୟ୍ୟନ୍ ନୁହେଁ ବରଂ ତାଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.