ଜେଲରୁ ବାହାରିଲେ ଶାହାରୁଖଙ୍କ ପୁଅ ଆର୍ୟନ
ଜେଲରୁ ବାହାରିଲେ ଶାହାରୁଖଙ୍କ ପୁଅ ଆର୍ୟନ ଖାନ୍ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ରେ ଆର୍ୟନ ଗିରଫ ହୋଇଥିଲେ। ଏହାପରେ ସେ ଆର୍ଥର ରୋଡ୍ ଜେଲ୍ରେ ଥିଲେ। ତେବେ ଗୁରୁବାର ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ମଞ୍ଜୁର କରିଥିଲେ।
ଆଜି ସକାଳ ୫ଟା ୩୦ରେ ଆର୍ଥର ରୋଡ୍ ଜେଲରେ ବେଲ ବକ୍ସ ଖୋଲା ହୋଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜେଲ ବାହାରେ ବାରିକେଡ ବ୍ୟବସ୍ଥା କରାଯାଇଛି । ଶାହାରୁଖ ଖାନଙ୍କ ବାସଭବନ ମନ୍ନତ ଆଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଗୁରୁବାର ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଗତକାଲି କୋର୍ଟରୁ ଜାମିନ ଅର୍ଡର ଜାରି ପରେ ଜେଲରେ ଅନ୍ୟାନ୍ୟ କାମରେ ବିଳମ୍ବ ହେବାରୁ ଆରୟନ ଖାନ୍ ଜେଲରୁ ବାହାରି ପାରିନଥିଲେ । ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଯଉଁଥିରେ ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ଓ ପାସପୋର୍ଟ ଜମା କରିଛନ୍ତି ।