ଜାମିନ ଅପେକ୍ଷାରେ ଆର୍ୟନ
ଜାମିନ ଅପେକ୍ଷାରେ ବଲିଉଡ଼ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ । ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଏହି ଷ୍ଟାରକିଡଙ୍କୁ ମିଳିନି ଜାମିନି । ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ବରିଷ୍ଠ ଆଇନଜୀବି ମୁକୁଲ ରହତୋଗୀ ।
ସମୁଦ୍ର ମଝିରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି । ଆରୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ତାପରେ ଆରୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି । ଏବଂ ତାପରେ ଆରୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।
ତିନି ଦିନ ହେଲା ହାଇକୋର୍ଟରେ ଚାଲିଛି ଆରୟନଙ୍କ ଜାମିନ ଆବେଦନର ଶୁଣାଣି ।ଏନସିବିର ଦାବିକୁ ଯଥାର୍ଥ ଭାବି ଆରୟନଙ୍କୁ ଏପର୍ୟ୍ୟନ୍ତ ବେଲ୍ ଦେଇନାହାନ୍ତି କୋର୍ଟ ।