THE BYAPINI

ମାଟି ତଳୁ ମନ୍ଦିର

Get real time updates directly on you device, subscribe now.

ମାଟି ତଳୁ ଉଦ୍ଧାର ହେଲା ମନ୍ଦିର । ଙ୍ଗରାଜ ମନ୍ଦିର ପରିସରରେ ମାଟି ତଳୁ ଆଉ ଏକ ମନ୍ଦିର ଢାଞ୍ଚା ଦେଖିବାକୁ ମିଳିଛି । ଙ୍ଗରାଜ ମନ୍ଦିର ପରିସରରେ ସୁକଶାରୀ ମନ୍ଦିର ପାଖରୁ ମାଟି ତଳୁ ପଂଚତତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର ଢାଞ୍ଚା ଦେଖିବାକୁ ମିଳିଛି । ବିନ୍ଦୁ ସାଗରକୁ ଲାଗିଥିବା ଜାଗାରେ ଏହି ମନ୍ଦିର ଦେଖିବାକୁ ମିଳିଛି ।

ଏକାମ୍ର କ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଖୋଦେଇ କାମ ଚାଲିଛି । ଓଡିଶା ନିର୍ମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଥିବା ବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପହଚିଂ ପୁରା ମାଟି ଖୋଳି ମନ୍ଦିରକୁ ବାହର କରିବ ବୋଲି କହିଛି । ଅଧିକ୍ଷଣ ପୁରାତତ୍ୱବିଦ୍ ଅରୁଣ ମଲ୍ଲିକ କହିିଛନ୍ତି, ସୁକଶାରୀ ମନ୍ଦିରଟି ତ୍ରୟୋଦଶ ଶତାଦ୍ଦୀର ହୋଇଥିବା ବେଳେ ଏହାର ପାର୍ଶ୍ୱରେ ମାଟିତଳେ ୩ଟି ମନ୍ଦିର ଥିବା ଜଣାପଡିଛି । ଏଗୁଡିକ ଦଶମ ଶତାଦ୍ଦୀର ।

Get real time updates directly on you device, subscribe now.

Leave A Reply

Your email address will not be published.