THE BYAPINI

ଅସିତ ତ୍ରିପାଠୀ – ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖିଆ

Get real time updates directly on you device, subscribe now.

ମୁଖ୍ୟ ଶାସନ ସଚିବ ଭାବେ ଆସନ୍ତା ୩୧ରେ ସରୁଛି ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ଏହାପରେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖିଆ ଭାବେ କାର୍ଯ୍ୟ କରିବେ । ବଡ କଥା ହେଉଛି, ଏହି ପଦବୀ ଏକ ରାଜନୈତିକ ପଦବୀ ଭାବେ ଦୀର୍ଘ ଦିନ ଧରି ରହି ଆସିଥିଲା । ହେଲେ ଏବେ ମୁଖ୍ୟ ଶାସନ ସଚିବ ପଦରୁ ଅବ୍ୟାହତି ନେବା ପରେ ଏହି ଆସନରେ ବସିବାକୁ ଯାଉଛନ୍ତି ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶାର ବିକାଶ ପାଇଁ ଗଠିତ ଏହି ପରିଷଦ ଅନେକ ବାର ରାଜନୈତିକ ବାଦ ବିବାଦକୁ ଆସିଛି, ହେଲେ ଏବେ ଅସିତ ତ୍ରିପାଠୀଙ୍କ ନିଯୁକ୍ତି ପରେ ପ୍ରସଙ୍ଗ କେଉଁ ମୋଡ ନେଉଛି, ତାର ସ୍ଥିତି ଉପରେ ନଜର ରହିଛି ।

ଖାଲି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ ତ୍ରିପାଠୀ କାର୍ଯ୍ୟ କରିବେ । ଆଂଚଳିକ ବିକାଶ, ପର୍ଯ୍ୟଟନ, ଏଗ୍ରିବିଜିନେଓ, ଶିଳ୍ପ ଭଳି କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ । ୧୯୮୬ ବ୍ୟାଚର ଆଇଏଏସ ହେଉଛନ୍ତି ଅସିତ ତ୍ରିପାଠୀ । ୩୧ ତାରିଖରେ ସେ ଅବସର ନେବାକୁ ଯାଉଛନ୍ତି ।

ବିଜେପିରୁ ଆସି ବିଜେଡିରେ ସାମିଲ ହୋଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ପାଇଥିଲେ ସୁବାସ ଚୈାହ୍ୱାନ । ତାଙ୍କ ମୃତ୍ୟୁ ପରେ ଦୀର୍ଘ ମାସ ଧରି ଏହି ଆସନ ଖାଲି ପଡିଥିଲା । ଆଉ ଏବେ ଅସିତ ତ୍ରିପାଠୀଙ୍କୁ ଏହି ଦାୟିତ୍ୱ ରାଜ୍ୟ ସରକାର ଦେଇଛନ୍ତି । କାରୋନା ସମୟରେ ରାଜ୍ୟ ପ୍ରଶାସନର ମଙ୍ଗ ଧରିଥିବା ଏହି ଅଧିକାରୀ ନିଜ କାର୍ଯ୍ୟଶୈଳୀ ପାଇଁ ବେଶ ପ୍ରଶଂସିତ ମଧ୍ୟ ହୋଇଥିଲେ । ରାଜ୍ୟ ସରକାର ପୁଣି ଥରେ ଅସିତ ତ୍ରିପାଠୀଙ୍କ ଉପରେ ଭରସା କରି ବାର୍ତ୍ତା ଦେଇଛନ୍ତି, ଟ୍ୟାଲେଂଟକୁ କେବେ ମଧ୍ୟ ଅବହେଳା କରାଯିବ ନାହିଁ ।

ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବେ ବୋଲି ପୂର୍ବରୁ ବ୍ୟାପିନି ପ୍ରତିନିଧି ଆପଣଙ୍କୁ ଖବର ଜଣାଇଥିଲେ । ଆଉ ଶେଷରେ ସରକାରଙ୍କ ମୋହର ବାଜିବା କ୍ଷଣି ଏହି ଖବର ସତ ପ୍ରମାଣିତ ହୋଇଛି । ବଲାଙ୍ଗୀରର ମୁଳ ବାସିନ୍ଦା ଅସିତ ତ୍ରିପାଠୀଙ୍କ ସାମ୍ନାରେ ଆହ୍ୱାନ ରହିବ, ଆଂଚଳିକ ବୈଷମ୍ୟବାଦର ଯେଉଁ ଅଭିଯୋଗ ରହିଛି ତାକୁ ଦୂର କରିବା ।

Get real time updates directly on you device, subscribe now.

Leave A Reply

Your email address will not be published.