THE BYAPINI

ଆଜି ବି ଚାଲିପାରିଲାନି ବିଧାନସଭା

Get real time updates directly on you device, subscribe now.

ଆଜି ବି ଚାଲିପାରିଲାନି ବିଧାନସଭା । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ବିରୋଧି ବିରୋଧ ପ୍ରଦର୍ଶନ କରିଥିଲେ । ବିଧାନସଭା ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ ।
ବିଧାନସଭା ଆରମ୍ଭ ହେଲା ଦିନରୁ ଗୃହରେ ମମିତା ପ୍ରସଙ୍ଗ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ଦୋହରାଇ ଆସୁଛନ୍ତି ବିରୋଧୀ । ଗୃହକୁ ସୁଚାରୁରୁପେ ଚଲାଇବା ପାଇଁ ସର୍ବଦଳିୟ ବୈଠକ ମଧ୍ୟ ବସିଥିଲା । କିନ୍ତୁ ଏହା ଫେଲ ମାରିଛି । ଉଭୟ ବିରୋଧୀ ଏବଂ ଶାସଦ ଦଳ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ବିରୋଧୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଦାବି ଉଠାଇଆସୁଥିବା ବେଳେ, ଶାସକ ଦଳ ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନ କରିଆସୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.