THE BYAPINI

ଚାଲିପାରୁନି ବିଧାନସଭା

Get real time updates directly on you device, subscribe now.

ଦ୍ୱିତୀୟ ପର୍ୟ୍ୟାୟ ଅଧିବେସନ ଆରମ୍ଭରୁ ଆଦୌ ଚାଲିପାରିନାହିଁ ଗୃହ କାର୍ୟ୍ୟ । ଗୋଟେ ଦିନର ବିରତି ପରେ ଆରମ୍ଭ ହୋଇଥିବା ବିଧାନସଭାରେ ଆଜି ପୁଣି ବିରୋଧୀ, ଶାସକ ମୁହିଁମୁହିଁ ହେବାରୁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଧାନକିଣା ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିବା ବେଳେ ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି ।

ଆଜି ଗୃହକାର୍ୟ୍ୟ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଥିଲେ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସରକାରୀ ଦଳକୁ ବଡ଼ ପ୍ରସଙ୍ଗ ଯୋଗାଇ ଦେଇଛି । ବିଧାନସଭାର ପ୍ରବିତ୍ର ଗୃହ ଭିତରେ ବିଧାୟକ କାହିଁକି ସାନିଟାଇଜର ପିଇଲେ ତାକୁ ପ୍ରସଙ୍ଗ କରି ବିଜେପି ବିରୋଧରେ ନାରାବାଜି କରିଛି ଶାସକ ବିଜେଡି । ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଗୃହର ମର୍ୟ୍ୟାଦାହାନୀ କରିଛନ୍ତି ।
ଏପଟେ ବିରୋଧୀ ମଧ୍ୟ ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି। ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ୟ୍ୟନ୍ତ ଗୃହକୁ ପ୍ରଥମେ ମୁଲତବି ରଖିଥିଲେ ବାଚସ୍ପତି । ଏହା ପରେ ପୁଣି ହଟ୍ଟଗୋଳ ହେବାରୁ ଦିନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.

Leave A Reply

Your email address will not be published.