THE BYAPINI

ଚାଷୀ ପ୍ରସଙ୍ଗ: ଉଠିଲା ପଡିଲା ବିଧାନସଭା

Get real time updates directly on you device, subscribe now.

ବଜେଟ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ସମସ୍ୟା ଓ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଠିଛି ପଡିଛି ବିଧାନସଭା । ବିରୋଧୀ ହୋହାଲ୍ଲା ଯୋଗୁଁ ଗୃହକୁ ମୁଲତବୀ ପରେ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଗୃହକୁ ବାଚସ୍ପତିଙ୍କୁ ୭ ଥର ମୁଲତବୀ କରିବାକୁ ପଡିଥିଲା । ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତଥାପି ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ ।

ଶୁକ୍ରବାର ଦିନ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରି ଗୃହକୁ ଅଚଳ କରି ଦେଇଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ମଣ୍ଡିରୁ ଧାନ ଉଠୁନି, ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହେଉନି, ଏ ନେଇ ଆଲୋଚନା କରିବାକୁ ଅଡି ବସିଥିଲେ ବିରୋଧୀ । ପ୍ରଥମେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରବଳ ହୋହାଲ୍ଲା କରିବାରୁ ଗୃହ କାର୍ୟ୍ୟକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଥିଲେ ବାଚସ୍ପତି । ହେଲେ ସାଢ଼େ ୧୧ଟାରେ ଗୃହ ପୁଣି ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଥମିବାରେ ନା ନେଇନଥିଲା। ଚାଷୀ ପ୍ରସଙ୍ଗରେ ଆଲୋଚନା ଲାଗି ବିରୋଧୀ ଅଡ଼ି ବସିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି। ପରେ ୪ଟାରେ ଗୃହ ଆରମ୍ଭ ହେବା ପରେ ବି ସମାନ ପ୍ରସଙ୍ଗରେ ବିରୋଧୀ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବା ସହ ମାଇକ ଓପାଡ଼ି ଦେଇଥିଲେ । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଥିବା କାଚକୁ କାଚକୁ ତଳକୁ ଖସାଇ ଦେଇଥିଲେ ।

ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗରେ ଆଲୋଚନା କରିବାକୁ ଜିଦ୍ ଧରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ। ଚାଷୀ ପ୍ରସଙ୍ଗରେ ସମସ୍ତ କାର୍ୟ୍ୟକ୍ରମ ବାତିଲ କରି ସ୍ବତନ୍ତ୍ର ପ୍ରସ୍ତାବ ଜରିଆରେ ଆଲୋଚନା ପାଇଁ ଦାବି କରିଥିଲେ ବିରୋଧୀ। ବଜେଟ ଅଧିବେଶନର ପ୍ରଥମ ଦିନ କୋଟିଆକୁ ନେଇ ସରଗରମ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଧାନ କିଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଧାନସଭା ଆରମ୍ଭ ହେବା ମାତ୍ରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା ପ୍ରସ୍ତାବ ଦେଇଥିଲା ବିଜେପି । ସମସ୍ୟାର ସମାଧାନ ପାଇଁ ମୁଲତବୀ ପ୍ରସ୍ତାବ ଦେଇଥିଲା କଂଗ୍ରେସ । ପ୍ରସ୍ତାବ ଗ୍ରହଣ ନହେବା ପରେ ହଟ୍ଟଗୋଳ କରି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ ।

Get real time updates directly on you device, subscribe now.

Leave A Reply

Your email address will not be published.