THE BYAPINI

ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା

Get real time updates directly on you device, subscribe now.

କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି । ବିଧାସନଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଦେବାପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କୃଷି ମନ୍ତ୍ରୀ କହିଛନ୍ତି, କାଳିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୦ ହଜାର ୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି ।

କେତେ ଯୋଗ୍ୟ ହିତାଧିକାରୀ ଅଛନ୍ତି ଓ କେତେ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି? କୃଷି ଓ କୃଷକଙ୍କର ହିତ ପାଇଁ ସରକାର କରିଥିକା କାଳିଆ ଯୋଜନାରେ ହିତାଧିକାରୀ ଚୟନରେ ତ୍ରୁଟି ଯୋଗୁଁ ଏହାସହ ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବାରୁ ରାଜକୋଷରୁ ଅର୍ଥ ବରବାଦ ହୋଇଛି ? ସେ ସମ୍ପର୍କରେ ଗୃହରେ ତଥ୍ୟ ଦେବା ପାଇଁ ଗୃହରେ କୃଷିମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ। କାଳିଆ ଯୋଜନାରେ ହିତାଧିକାରୀଙ୍କ ଚୟନ ନେଇ ବିଧାନସଭାେରେ ପ୍ରଶ୍ନ କରିଥିଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଆଉ ଏହି ଅଣତାରକା ପ୍ରଶ୍ନର ଉତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

ଏହାର ଉତ୍ତରରେ କୃଷି ମନ୍ତ୍ରୀ କହିଛନ୍ତି, କାଳିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୦ ହଜାର ୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି । କୌଣସି ହିତାଧିକାରୀ ଯେପରି ଡିବିଟି ଜରିଆରେ ସହାୟତା ପାଇବାରକୁ ବଞ୍ଚିତ ନହୁନ୍ତି, ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି। ବର୍ତ୍ତମାନ ଏହି ଯୋଜନାରୁ ବାଦ ପଡ଼ିଯାଇଥିବା ଚାଷୀଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଅନିୟମିତତାକୁ ଦୃଷ୍ଟିରେ ରଖି ସେହି ଆବେଦନ ପତ୍ର ଗୁଡ଼ିକ ଆଞ୍ଚଳିକ ଓ ରାଜ୍ୟ ସ୍ତରରେ ଯାଂଚ କରାଯିବ, ଆଉ ତା’ ପରେ ପ୍ରକୃତ ହିତାଧିକାରୀ ଚୟନ କରାଯିବ ବୋଲି କୃଷିମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି।

କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ସୁଦ୍ଧା ୩୬ଲକ୍ଷ ୫୦ ହଜାର ୮୭୩ ଜଣ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଓ ୧୭ ଲକ୍ଷ ୪ ହଜାର ୭୩୩ ଜଣ ଭୂମିହୀନ ଚାଷୀ ପରିବାର ଉପକୃତ ହୋଇଛନ୍ତି। ଯେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି କାଳିଆ ୱେବ ପୋର୍ଟାଲରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନରେ ଆବେଦନ କରିପାରିବେ । ବଳିଆ ଯୋଜନା ପାଇଁ ଯୋଗ୍ୟ ବିବେଚିତ ଚାଷୀଙ୍କ ତାଲିକା ପ୍ରସ୍ତୁତ ପ୍ରକ୍ରିୟା ଚାଲିଛି । ଏବଂ ଯୋଗ୍ୟ ଚାଷୀଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟବସ୍ଥା ଚାଲିଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି କୃଷିମନ୍ତ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.