THE BYAPINI

କିଏ କରୁଛି ବାଲି ଚୋରି?

Get real time updates directly on you device, subscribe now.

ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି । ଉଭୟ ବିଜେପି ଓ କଂଗ୍ରେସ ବାଲି ନୀତି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ ଘେରିଛନ୍ତି । ବାଲି ନୀତି କରିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ବିରୋଧୀଙ୍କ କହିବା କଥା ବାଲି ନୀତି ନହେବା ଯୋଗୁଁ ଓଡିଶା ବାଲି ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । । ବାଲି ବାବଦରେ ୧୫୦୦ କୋଟି ରାଜ୍ୟ ସରକାର ରାଜସ୍ବ ପାଉଛନ୍ତି। କିନ୍ତୁ ୫୦୦୦ କୋଟି ରାଜସ୍ବ ହରାଉଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସରକାର କାହିଁକି ବାଲି ନୀତି ଆଣିନାହାନ୍ତି ଏବଂ ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ୟ୍ୟକାରୀ ହେଉନି ବୋଲି ପ୍ରଶ୍ନ କରିଛି ବିଜେପି।

ଗୃହର ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମରେ ବାଲି ପ୍ରସଂଗରେ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ୨ରୁ ୩ଟି ରାଜ୍ୟକୁ ବାଲି ଦିଆଯାଉଛି । ୧୪୪ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଜଓ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏଥିସହିତ ଖୁବଶୀଘ୍ର ବାଲିର ସ୍ୱତନ୍ତ୍ର ନୀତି ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି । ୨୦୧୮ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । କରୋନା ଯୋଗୁଁ ବାଲି ନୀତିରେ ବିଳମ୍ବ ହେଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

ଏହି ପ୍ରସଂଗରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ମଧ୍ୟ ଉଦବେଗ୍ ପ୍ରକାଶ କରିଛନ୍ତି । ବାଚସ୍ପତିଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ୟ୍ୟକାରୀ କରାଯାଉନି ଏ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବାଚସ୍ପତି। ଠିକ୍ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ରାଜସ୍ବ ପାଉଛନ୍ତି, କିନ୍ତୁ ୫ ହଜାର କୋଟି ରାଜସ୍ବ ହରାଉଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.