THE BYAPINI

ଏଥର ଅଶ୍ୱିନୀ ବୈଷ୍ଣବଙ୍କ ପାଳି?

Get real time updates directly on you device, subscribe now.

ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏକ ଅଦଳ ବଦଳ ହେବାକୁ ଯାଉଥିବା ସୂଚନା ମିଳୁଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । କିଏ ପଦ ବଜାୟ ରଖିବ, କାହାର ପଦ ଯିବ, ନୂଆ ଚେହେରା କିଏ ସାମିଲ ହେବ, କାହାର ବିଭାଗ ବଦଳିବ ତାକୁ ନେଇ ସମୀକ୍ଷା ଚାଲିଛି । ମୋଦି-ଶାହାଙ୍କ ଗୁଡବୁକରେ ଥିବା ନେତା ତଥା ଆଗାକୁ ନିର୍ବାଚନ ଥିବା ରାଜ୍ୟ ଗୁଡିକ ପ୍ରାଧାନ୍ୟ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିଭଳି ଓଡିଶାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ମୋଦି-ଶାହାଙ୍କ କଣ ଆଭିମୁଖ୍ୟ ରହିବ, ତାକୁ ମଧ୍ୟ ଅପେକ୍ଷା କରାଯାଉଛି ।

ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଓଡିଶାରୁ ଜଣେ କେନ୍ଦ୍ରମନ୍ତ୍ରୀ ବାଦ୍ ପଡିପାରନ୍ତି, ନୂଆ ଜଣେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରେସରେ ଅଶ୍ୱିନୀ ବୈଷ୍ଣବ ଯଥେଷ୍ଟ ଆଗରେ ଥିବା କୁହାଯାଉଛି । କାରଣ ଉଭୟ ମୋଦି-ଶାହାଙ୍କ ଖୁବ ନିକଟତର ଅଶ୍ୱିନୀ ବୈଷ୍ଣବ । ତାଙ୍କୁ ରାଜ୍ୟସଭା ନେବା ପାଇଁ ବିଜେପି-ବିଜେପି ଏକାଠି ହୋଇଯାଇଥିଲେ । ଖାସ୍ ଏହି କାରଣରୁ ତାଙ୍କର ଦବଦବା ଉଭୟ ରାଜ୍ୟ ଆଉ ଜାତୀୟ ରାଜନୀତିରେ କେତେ ରହିଛି, ତାହା ସ୍ପଷ୍ଟ ଭାବେ ବୁଝାପଡୁଛି । କୁହାଯାଉଛି, ଖାସ୍ ଏହି କାରଣ ପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ଅଧିକ । ରାଜ୍ୟ ବିଜେପିରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଚର୍ଚ୍ଚା ଏମିତି ମଧ୍ୟ ହେଉଛି ଯେ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ବିଜେପିର ଶକ୍ତିଶାଳୀ ନେତା ହୋଇ ମଧ୍ୟ ଉଭା ହୋଇପାରନ୍ତି ।

ଆଗକୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ହେବାକୁ ଯାଉଛି । ଏହି ଦୁଇ ରାଜ୍ୟରୁ ମଧ୍ୟ ଅଧିକ ଭାଗିଦାରୀ ରହିବାର ସମ୍ଭାବନା ରହୁଛି । କିଛି ଭଲ ବିଭାଗ ଏହି ଦୁଇ ରାଜ୍ୟର ନେତାଙ୍କୁ ମିଳିପାରେ । ସେହିପରି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ବିହାର ରାଜନୀତିକୁ ପଛରେ ପକାଇ ଦିଲ୍ଲୀ ଆସିଥିବା ସୁଶୀଲ ମୋଦିଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ନିଆଯାଇପାରେ । ଅନେକ ଏମିତି ଚେହେରା ରହିଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ଖରାପ ରହିଛି ଆଉ ବିଭିନ୍ନ ସମୟରେ ବିବାଦୀୟ ହୋଇଛନ୍ତି ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯାଇପାରେ ।

ରାଜ୍ୟ ବିଜେପିର ଦୁଇଜଣ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ମୋଦି ସରକାରରେ ସବୁବେଳେ ଓଡିଶା ଗୁରୁତ୍ୱ ପାଇ ଆସୁଥିବା ବେଳେ ଆଗାମୀ ଅଦଳବଦଳରେ କାହାକ ବାଦ୍ ଦେଇ ମୋଦି କାହାକୁ ସାମିଲ କରିବାକୁ ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.