ଲତା ମଙ୍ଗେଶକରଙ୍କୁ କରୋନା
ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ପଜିଟିଭ୍ । ୯୨ ବର୍ଷିୟ ଏହି ଗାୟିକା କରୋନା ସଂକ୍ରମିତ ହେବା ପରେ ତାଙ୍କୁ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି ।ଲତାଙ୍କ ଶରୀରରେ କରୋନାର କମ୍ ଲକ୍ଷଣ ଦେଖିବାକୁ ମିଳିଛି ଓ ତାଙ୍କୁ ଆଇସିୟୁରେ ରଖା ଯାଇଛି । ଡାକ୍ତରଙ୍କ କହିବା କଥା କି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି । ଏହି ଖବର ପ୍ରଚାରିତ ହେବା ପରେ ପୁରା ବଲିଉଡ ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଛି ।