THE BYAPINI

ଭୋଟଗ୍ରହଣ ବେଳେ ବିଡ଼ିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ବି ଆକ୍ରମଣ

Get real time updates directly on you device, subscribe now.

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଆଉ ଏସବୁ ଭିତରେ ଯାଜପୁରରେ ଭୋଟଦାନ ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ କୋରେଇ ବିଡିଓଙ୍କୁ ଆକ୍ରମଣ କରାଯାଇଛି । କିଛି ଦୁବୃର୍ତ୍ତ କୋରେଇ ବିଡ଼ିଓଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଛି । ୮,୯,୧୦,୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି ।
ଗୋଳେଇପୁର ଗ୍ରାମ ପଞ୍ଚାୟତର ୮,୯,୧୦ ଓ ୧୧ ନଂ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍ ରିଗିଂ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା କୋରାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ଆସିଛି । ଫଳରେ ଏହି ୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ ବନ୍ଦ ରହିଛି। ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ଵର ବୁଥ୍‌ରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ଆସିଛି। ଯାହା ଫଳରେ ଏହି ଦୁଇଟି ବୁଥରେ ମଧ୍ୟ ମତଦାନ ବନ୍ଦ ରହିଛି।
ଆଜି ସକାଳ ୭ଟାରୁ ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାଛଡା ୧୩୮୨ଟି ପଞ୍ଚାୟତ ଓ ୧୮ ହଜାର ୪୯୫ଟି ୱାର୍ଡରେ ମଧ୍ୟ ନିର୍ବାଚନ ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.