THE BYAPINI

ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି

Get real time updates directly on you device, subscribe now.

ଆଜି ପବିତ୍ର ବାହୁଡା ଯାତ୍ରା । ରଥାରୁଢ ହେଲେ ଶ୍ରୀଜିଉ । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡି ବିଜେ । ତିିନି ରଥରେ ତିନି ଠାକୁର ବିରାଜମାନ ହୋଇଛନ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତ ଝୁଲିଝୁଲି ଆସିଥିଲେ ।
ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଛି ଚତୁର୍ଦ୍ଦିଗ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି।ବାହୁଡ଼ା ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ନିର୍ଘଣ୍ଟ ଠାରୁ ଆଗୁଆ ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି । କେବଳ ସେବାୟତ ବାହୁଡ଼ା ରଥକୁ ଟାଣିବେ । କର୍ଡନ ଭିତରେ କୋଭିଡ୍‌ କଟକଣାରେ ରଥ ଟଣାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.