THE BYAPINI

ଶରଧାବାଲିରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ

Get real time updates directly on you device, subscribe now.

ପୁରୀ ଶରଧାବାଲିରେ ଉଦଘାଟନ ହୋଇଛି ବିଶ୍ୱ ବୈଷ୍ଣବ ସମ୍ମିଳନୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ସମ୍ମିଳିତ ଶ୍ରଦ୍ଧାଳୁ ତଥା ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବା ସହ ଭାରତର ସନାତନ ଧର୍ମ ତଥା ଗୌଡୀୟ ସମ୍ପ୍ରଦାୟର ମହିମା ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ରାଷ୍ଟ୍ରପତି ।ରାଷ୍ଟ୍ରପତି ଭାରତ ବର୍ଷକୁ ତଥା ଉକ୍ରଳକୁ ଆଧ୍ୟାମିôକ ଏକତାର ଏକ ଜ୍ୱଳନ୍ତ ନିଦର୍ଶନ ବୋଲି ଅଭିହିତ କରିଛନ୍ତି ।

ପୁରୀର ଗୌଡୀୟ ମଠ ବୁଲିବା ପରେ ଏହି ସମ୍ମଳିନୀର ଉଦଘାଟନ କରିଥିଲେ ରାମନାଥ କୋବିନ୍ଦ । ସେଠାରେ ଚକୁର୍ଦ୍ଧା ମୂର୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଛନ୍ତି । ଏଠାରେ ଆଳତୀ ଓ ପୁଷ୍ପାଞ୍ଜଳି ଦେଇଥିଲେ । ତେଣୁ ମଠ ଓ ମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ସାଜସଜ୍ଜା କରାଯାଇଛି । ଗୌଡୀୟ ମଠକୁ ଆସିବାରେ ରାମନାଥ କୋବିନ୍ଦ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି । ପୂର୍ବରୁ ୧୯୮୬ ମସିହାରେ ତତକାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂ ଏହି ମଠ ପରିଦର୍ଶନରେ ଆସିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.