THE BYAPINI

ଫ୍ୟାମିଲି କୋର୍ଟରେ ଷ୍ଟାର ଦମ୍ପତ୍ତି

Get real time updates directly on you device, subscribe now.

ଓଲିଉଡର ଷ୍ଟାର ଦମ୍ପତି ବର୍ଷା-ଅନୁଭବ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି। ପାରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲି କେର୍ଟକୁ ସ୍ଥାନାନ୍ତର ହୋଇଛି । ଏନେଇ ପୂର୍ବରୁ ନୋଟିଜ ଜାରି କରାଯାଇଥିବାବେଳେ ଆଜି ଉଭୟେ କୋର୍ଟରେ ହାଜର ହୋଇଛନ୍ତି ।

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକରେ ପରିବାର ଅଦାଲତରେ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କଟକ ପରିବାର ଅଦାଲତ ଆଜି ଠାରୁ ଏହି ବହୁଚର୍ଚ୍ଚିତ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆରମ୍ଭ କରିବେ। ସାଂସଦ ସ୍ବାମୀ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପତ୍ନୀ ବର୍ଷାଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଏହାପରେ ସ୍ବାମୀ ଅନୁଭବଙ୍କ ବିରୁଦ୍ଧରେ ବର୍ଷା ଘରୋଇ ହିଂସା ଓ ବୈବାହିକ ଜୀବନକୁ ବଜାୟ ରଖିବାକୁ କଟକ ଏସଡିଜେଏମ କୋର୍ଟରେ ଦୁଇଟି ଆବେଦନ କରିଥିଲେ। ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ଦାଖଲ ପିଟିସିନ ଦାୟର ହୋଇଥିଲା ।

ଏହି ପିଟିସିନରେ ସାଂସଦ ଉଲ୍ଲେଖ କରିଥିଲେ ଯେ, ସେ ଓ ତାଙ୍କ ପରିବାର ଏହି ମାମଲା ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି। ଏହା ସହିତ ତାଙ୍କ ବାପାଙ୍କ ଦେହ ଖରାପ ରହୁଛି। ବର୍ଷା ତାଙ୍କ ମାନସମ୍ମାନକୁ ନଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ମାମଲା ଯୋଗୁଁ ସେ ରାଜନୈତିକ ସ୍ତରରେ ଆକ୍ରେଶର ଶିକାର ହୋଉଥିବା କଥା ଉଲ୍ଲେଖ କରି ମାମଲାକୁ ତୁରନ୍ତ ଫୈସଲା ପାଇଁ ସୁପ୍ରିମକୋର୍ଟରେ ଦାୟର ନିଜ ପିଟିସନରେ କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.