THE BYAPINI

ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

Get real time updates directly on you device, subscribe now.

କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଗତ ଶୁକ୍ରବାର ଉଭୟ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ତେବେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ୟ୍ୟ କରଯାଇଥିଲା । ତେଣୁ ଉଭୟ ଆଜି କୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି ।

କନସିଲେସନ୍  ପ୍ରକ୍ରିୟାରେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ବିବାଦକୁ ଏଡାଇ ସ୍ୱାମୀ-ସ୍ତ୍ରୀ ଭାବେ ପୁଣିଥରେ ପରିବାରକୁ ଆଗକୁ ବଢାଇବା ପାଇଁ କନସିଲେସନ କମିଶନରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ସେଭଳି କୌଣସି ସୁଫଳ ମିଳିନଥିଲା।ଗତ ଶୁକ୍ରବାର ଦିନ ମଧ୍ୟ ଉଭୟଙ୍କୁ ୧୫ ମିନିଟ ସାମନା ସାମନି ବସାଇ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା । ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.