THE BYAPINI

ବର୍ଷା ଫେରାଇବେ ନାହିଁ ପାର୍ଲାମେଣ୍ଟ କାର୍ଡ

Get real time updates directly on you device, subscribe now.

ବର୍ଷା-ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଣ୍ଟ ସଚିବଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କୋର୍ଟ ।
ବର୍ଷାଙ୍କୁ ମିଳିଥିବା ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ପାର୍ଲିଆମେଣ୍ଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲିଆମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା ।
ଏ ନେଇ ବର୍ଷାଙ୍କ ଓକିଲ ସୁଜାତା ଜେନା କହିଛନ୍ତି, ବର୍ଷାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ସ୍ପାଉସ୍ କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ଯେଉଁ ନୋଟିସ୍ ପଠାଇଥିଲେ, ବର୍ଷା ତା’ ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାଛଡ଼ା ସାଂସଦ ଅନୁଭବ ମହାନ୍ତି ମାଟ୍ରିମୋନିଆଲ୍ ଇସ୍ୟୁକୁ ନେଇ ଗଣମାଧ୍ୟମରେ ବାରମ୍ବାର ଯେଉଁଭଳି କଥା କହୁଛନ୍ତି, ତାକୁ ବନ୍ଦ କରିବାକୁ ମଧ୍ୟ ବର୍ଷା କୋର୍ଟରେ ଆବେଦନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.