୨୪ରେ ବାତ୍ୟାର ରୂପ ନେବ ‘ୟଶ୍’
ସମ୍ଭାବ୍ୟ ବାତ୍ୟା ‘ୟଶ୍’ର ମୁକାବିଲା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖ ବେଳକୁ ହେବାକୁ ଥିବା ଲଘୁଚାପ ୨୫ ତାରିଖ ନୁହେଁ, ବରଂ ୨୪ ତାରିଖରେ ବାତ୍ୟାର ରୂପ ନେବ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ତୀବ୍ରତା, କେଉଁଠି ସ୍ଥଳଭାଗକୁ ଛୁଇଁବ ଏବଂ କେତେ ବେଗରେ ପବନ ବହିବ ସେ ସଂପର୍କରେ ସଠିକ୍ ଭାବେ କୁହାଯିବ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଉତ୍ତର ଆଣ୍ଡମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ବଙ୍ଗୋପସାଗର ଉପରେ ମେଘଖଣ୍ଡ ଏକାଠି ହେଉଥିବା ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ । ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖ ବେଳକୁ ଅର୍ଥାତ୍ ମାତ୍ର ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ। ଏହା ତୁରନ୍ତ ଦିଗ ପରିବର୍ତ୍ତନ କରି ଉତ୍ତରପଶ୍ଚିମ ଆଡ଼କୁ ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ୨୫ ତାରିଖ ସକାଳୁ ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେବ। ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖ ବେଳକୁ ଅର୍ଥାତ୍ ମାତ୍ର ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ବୋଲି ମଡେଲ ଗୁଡିକ ସଂକେତ ଦେଉଛି । । ଏହା ତୁରନ୍ତ ଦିଗ ପରିବର୍ତ୍ତନ କରି ଉତ୍ତରପଶ୍ଚିମ ଆଡ଼କୁ ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ୨୫ ତାରିଖ ସକାଳୁ ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେବ।
ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୩ରୁ ୨୭ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଉପକୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।