THE BYAPINI

ଅମାନିଆଙ୍କ ପାଇଁ ବଜାର ବନ୍ଦ

Get real time updates directly on you device, subscribe now.

କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏ କମିନି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୩ ହଜାର ଉପରେ ରହୁଛି । ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ତେବେ କିଛି ଅମାନିଆଙ୍କ ପାଇଁ ସଂକ୍ରମଣ କମୁନଥିବା କୁହାଯାଇଛି । ଲକଡାଉନ ଆଶିଂକ କୋହଳ ପରେ ବଜାରରେ ଭିଡ ଜମାଉଛନ୍ତି ଲୋକେ ।ଜଧାନୀ ଭୁବନେଶ୍ୱର ଏଯାଏ ରେଡ ଜୋନରେ ଅଛି । ହେଲେ ବି କୋଭିଡ ନିୟମକୁ ମାନୁନାହାନ୍ତି ଅମାନିଆ । ପରିବା ମାର୍କେଟଠୁ ଆରମ୍ଭ କରି ଆମିଷ ବଜାର ସବୁଠୁ ଅମାନିଆ ମାନେ କୋଭିଡ ନିୟମ ମାନୁନଥିବାରୁ ସ୍ଥିତି ଖରାପ ହେବାରେ ଲାଗିଛି । ତେବେ କୋଭିଡ ନିୟମ ଉଂଲଘନ ଯୋଗୁଁ ଏହାକୁ ନଜରରେ ରଖି ଭୁବନେଶ୍ୱର ୟୁନିଟ ୪ ମାଛ ମାର୍କେଟକୁ ଜୁଲାଇ ୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସେହିପରି ରାଜଧାନୀର ଅନ୍ୟ ଏକ ବ୍ୟସ୍ତବହୁଳ ମାର୍କେଟ ବାପୁଜୀ ନଗରକୁ ମଧ୍ୟ ଜୁଲାଇ ୧ ଯାଏ ବନ୍ଦ କରାଯାଇଛି । ଗତ ୧୮ ତାରିଖ କୋଭିଡ ନିୟମ ଉଂଲଘନ ପରେ ଉଭୟ ମାର୍କେଟକୁ ସିଲ କରାଯାଇଥିଲା । ଜୁନ ୨୫ ଯାଏ ମାର୍କେଟକୁ ବନ୍ଦ କରାଯାଇଥିଲା । ଆଜି ମାର୍କେଟ ଖୋଲିବାର ଥିଲା । କିନ୍ତୁ ଲୋକେ ନିୟମ ମାନୁନଥିବାରୁ ସ୍ଥିତି ଦେଖି ବିଏମସି ପକ୍ଷରୁ ପୁଣି କଟକଣା ଅବଧିକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.