THE BYAPINI

ମଲା ପରେ ବି ମିଳୁନି ମଶାଣୀ

Get real time updates directly on you device, subscribe now.

ଶବ ପୋଡିବାକୁ ଶ୍ମଶାନ ମନା । ମଲା ପରେ ବି ମିଳୁନି ମଶାଣୀ । ରାଜ୍ୟରେ କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ପ୍ରତିଦିନ କରୋନାର କରୁଣ ଚିତ୍ର ସାମାନାକୁ ଆସୁଛି । ହେଲେ ଭଂଜନଗରରୁ ଆସିଛି ଏକ ଏଭଳି ଖବର ଯାହା ଆପଣଙ୍କୁ ବ୍ୟଥିତ କରିଦେବ । କୋଭିଡ ରୋଗୀଙ୍କ ମୃତଦେହ ମଶାଣୀକୁ ନେବା ଉପରେ ଲଗାଯାଇଛି ରୋକ ।

ମଶାଣୀକୁ ମନା କୋଭିଡ ରୋଗୀଙ୍କ ଶବ । ଗଂଜାମ ଭଂଗନଗରରୁ ଆସିଛି ଏଭଳି ଖବର । କୋଭିଡ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲରୁ ଶବ ନେବାକୁ ପରିବାର ଲୋକ ରାଜିହେଉନାହାନ୍ତି । ହସ୍ପିଟାଲରେ ଅନେକଙ୍କ ମୃତଦେହ ପଡୁଥିବା ବେଳେ ଏମାନଙ୍କ ଶବ ଦାହ ପାଇଁ କିଛି ସ୍ୱେଚ୍ଚାସେବୀ ସଂଗଠନ ଆଗେଇ ଆସିଥିଲେ । କରୋନା ରୋଗୀଙ୍କ ମୃତଦେହକୁ ନେଇ ଭଂଜନଗର ଜାମପଲ୍ଲୀ ଶ୍ମଶାନରେ ପୋଡୁଥିଲେ । କିନ୍ତୁ ଏହାକୁ ବିରୋଧ କରି ମଶାଣୀକୁ କରୋନା ରୋଗୀଙ୍କ ଶବ ନନେବାକୁ ମଶାଣୀ ଆଗରେ ପୋଷ୍ଟର ଲଗାଯାଇଛି । ଯେଉଁଥିରେ କୋଭିଡ ରୋଗୀଙ୍କ ଶବ ଶ୍ମଶାନରେ ପୋଡିବାକୁ ମନା କରାଯାଇଛି ।

କିଛି ଦିନ ହେବ ସେଠାରେ ୪ ଟି ଶବ ପୋଡ଼ାଯିବା ଏକ ପୋଷ୍ଟର ଲଗାଇଛି ଯେ ଏଠାରେ କୋଭିଡ଼ ରୋଗିଙ୍କ ଶବ ପୋଡ଼ିବା ମନା । କେହି ରାତିରେ ଶସ୍ମାନକୁ ଯିବା ବାଟରେ ବାଉଁଶ ପକାଇ ଆବଦ୍ଧ କରିଛନ୍ତି । ଗୁରୁବାର ଖାଲାସି ସାହିର ଜଣେ ଲୋକଙ୍କ ମୃତ୍ୟୁ ପରେ ଶବ ପୋଡ଼ିବାକୁ ସେଠାରେ ମନା କରାଯାଇଥିବାରୁ ଅନ୍ୟ ସ୍ତାନକୁ ନେଇ ସେ ଶବ ପୋଡ଼ିଥିଲେ କିଛି ସହଯୋଗୀ । ରାଜ୍ୟରେ ଗତ ୨୪ ଘଂଟାରେ ଦୈନିକ ସଂକ୍ରମଣ ୧୨ ହଜାର ଡେଇଁଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଥିବା ବେଳେ ପ୍ରତିଦିନ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.