THE BYAPINI

ପୁଣି ଭାରତ ବନ୍ଦ, ଏଥର ୨୬ରେ

Get real time updates directly on you device, subscribe now.

ଲାଗୁଛି ବନ୍ଦ, ହଟ୍ଟଗୋଳ, ଆନ୍ଦୋଳନରୁ ଦେଶକୁ ନିସ୍ତାର ମିଳିବ ନାହିଁ । ସକେତେ ଚାଷୀ ସଂଗଠନ ତ କେତେବେଳେ ରାଜନୈତିକ ଦଳ ଆଉ ଏବେ ବ୍ୟବସାୟିକ ସଂଗଠନ । ବନ୍ଦରୁ ଲାଭ କ୍ଷତିର ହିସାବ ଭିତରେ ସାଧାରଣ ଲୋକଙ୍କ କଥାକୁ କେହି ଯେ ଗୁରୁତ୍ୱ ଦିଅନ୍ତି, ଏକଥା ଭାବିବା ଭୁଲ ହେବ । ସାମୁହିକ ସ୍ୱାର୍ଥ ବନାମ ବ୍ୟକ୍ତିଗତ ସ୍ୱାର୍ଥକୁ ନେଇ ତଉଲାଗଲେ ଏକଥା ସ୍ପଷ୍ଟ ଭାବେ ବାରି ହୋଇଯିବ । ହୁଏତ ବନ୍ଦ ଡାକରା ଦେଉଥିବା ବ୍ୟକ୍ତି ବା ସଂଗଠନ ବନ୍ଦ ସପକ୍ଷରେ ହଜାରେ ଯୁକ୍ତି ଉପସ୍ଥାପନ କରିପାରନ୍ତି, ହେଲେ ଏହା ବିପକ୍ଷରେ ସାଧାରଣ ଲୋକ ସାମ୍ନା କରୁଥିବା ଅନେକ ବାସ୍ତବିକ ଚିତ୍ର ବି ସାମ୍ନାକୁ ଆସିଯାଏ । ଅବ୍ୟବସ୍ଥିତ ଢଙ୍ଗରେ ଲାଗୁ ହୋଇଥିବା ଜିଏସଟି, ଅଧିକାରୀଙ୍କ ମନମୁଖୀ କାର୍ଯ୍ୟଶୈଳୀକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ୨୬ ତାରିଖରେ ଭାରତ ବନ୍ଦ ଡକରା ଦେଇଛି । ଭାରତ ବନ୍ଦ କୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ ଜଣାଇଥିବା ସଂଘ ଉଲ୍ଲେଖ କରିଛି ।

ସମଗ୍ର ଦେଶରେ ଥିବା ସଂଘର ପ୍ରତିନିଧି ଭାରତ ବନ୍ଦକୁ ସଫଳ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭାରତ ବନ୍ଦକୁ ସଫଳ କରିବାକୁ ଟିକସ ପେସାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନୀ ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି, ହକର, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀଙ୍କ ନିକଟରେ ପହଁଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୬ରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ । ବନ୍ଦରେ ସାମିଲ ହେବାକୁ ଅନଲାଇନ ବିକ୍ରେତା ଓ ଅର୍ଥନୀତି ସହ ଜଡିତ ସମସ୍ତ ସଂଗଠନ ଗୁଡିକୁ ଆହ୍ୱାନ ଦିଆଯାଇଛି ।

ଚାଷୀ ଆନ୍ଦୋଳନ ଓ ତୈଳଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟରେ ଦେଶରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି । କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ । ପୁଣି ୨୬ ରେ ବ୍ୟବସାୟିକ ସଂଗଠନ ମାନଙ୍କ ବନ୍ଦ ଡକାରା ଦେଶର ଜନସାଧାରଣଙ୍କ ଉପରେ କୁ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ବନ୍ଦ ଡାକରା ଦେଉଥିବା ସଂଗଠନ ସମସ୍ତ ଦିଗକୁ ଅନୁଧ୍ୟାନ କରିବାର ଆବଶ୍ୟକତା ମଧ୍ୟ ରହିଛି । ଅର୍ଥନୀତି ଉପରେ ପଡୁଥିବା ନକରାତ୍ମକ ପ୍ରଭାବର ଆକଳନ ଯଦି କରାଯାଏ, ତେବେ ବନ୍ଦ କେବେ ମଧ୍ୟ ସମାଧାନର ରାସ୍ତା ନୁହେଁ, ଏକଥା ସ୍ପଷ୍ଟ । ହେଲେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଯେ ଏହା ଏକ ମାଧ୍ୟମ ଏକଥାକୁ କେହି ଅସ୍ୱୀକାର କରିବେ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.