THE BYAPINI

ଆଜି ବି ଭାରତ ବନ୍ଦ, ଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

Get real time updates directly on you device, subscribe now.

ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଗତକାଲି ଆନ୍ଦୋଳନକାରୀଙ୍କ ଭୟରେ ସକାଳୁ ବନ୍ଦ ଥିଲା ବିଭିନ୍ନ ପେଟ୍ରୋଲ ପମ୍ପ । ପରେ କିନ୍ତୁ ପେଟ୍ରୋଲ ପମ୍ପଗୁଡ଼ିକୁ ଖୋଲି ଦିଆଯାଇଥିଲା । ଆଜି ସାକଳୁ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ଥିବା ବେଳେ ଆନ୍ଦୋଳନକାରୀ ପିକେଟିଂ କରି ଏହାକୁ ବନ୍ଦ କରୁଥିବା ଦେଖାଯାଉଛି ।
ପ୍ରଥମ ଦିନର ବନ୍ଦ ଡାକରା ବେଳେ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ରହିଥିଲା । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ । କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ୍ ଡାକରାରର ଆଜି ହେଉଛି ଦ୍ୱିତୀୟ ଦିନ ।

Get real time updates directly on you device, subscribe now.

Leave A Reply

Your email address will not be published.