THE BYAPINI

କୋଭାକ୍ସିନ ୨୦୦% ନିରାପଦ

Get real time updates directly on you device, subscribe now.

ଭାରତରେ ଦୁଇଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଅନ୍ୟଟି ହେଉଛି ଭାରତ ବାୟୋଟେକ୍ ଦ୍ୱାରା ତିଆରି ସ୍ୱଦେଶୀ ଟିକା କୋଭାକ୍ସିନ୍ । ତେବେ ଭାରତୀୟ ଫାର୍ମା କମ୍ପାନି ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ନେଇ ପ୍ରଶ୍ନ ଉଠୁଥିବାରୁ ତାହାର ଉତ୍ତର ରଖିଛି କମ୍ପାନି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା ଦାବି କରିଛନ୍ତି ।

କୋଭାକ୍ସିନକୁ ଅନୁମତି ମିଳିବା ପରେ ଭାରତ ସେହି ଦେଶ ମାନଙ୍କ ତାଲିକାରେ ସାମିଲ ହୋଇଛି ଯାହା କୋଭିଡ୍ ଟିକା ନିଜେ ପ୍ରସ୍ତୁତ କରିଛି । ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ଏହି ଟିକାକୁ ପ୍ରସ୍ତୁତ କରିଛନ୍ତି । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ଟିକା କୋଭିସିଲ୍ଡର ବ୍ୟବହାରକୁ ନେଇ କେହି ପ୍ରଶ୍ନ କରିନଥିବା ବେଳେ କୋଭାକ୍ସିନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତୃତୀୟ ପର‌୍ୟ୍ୟାୟ ପରୀକ୍ଷଣ ଚାଲୁଥିବା ଟିକାକୁ କେମିତି ଡିସିଜିଆଇ ଅନୁମତି ଦେଲା, ସେ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏବେ ସାମ୍ବାଦିକ ସମ୍ମିଳନୀ କରି ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଡ. ଏଲ୍ଲା। ସେ କହିଛନ୍ତି ଅନ୍ୟ କମ୍ପାନି ଦ୍ୱାରା ପ୍ରସ୍ତୁତ କରୋନା ଟିକା ତୁଳନାରେ କୋଭାକ୍ସିନ ମାତ୍ର ୧୦ ପ୍ରତିଶତ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଛି । କୃଷ୍ଣା ଏଲାଙ୍କ କହିବା ହେଉଛି କୋଭାକ୍ସିନ୍ ମେମୋରି ଟି ସେଲ୍ ଉପରେ ମଧ୍ୟ ଭଲ କାମ କରିଥାଏ । ଏହା ଦ୍ୱାରା ଶରୀରରେ ଲମ୍ବା ସମୟ ପାଇଁ ଆଣ୍ଟିବଡି ରହିବ । ଯାହା ଭବିଷ୍ୟତରେ ସଂକ୍ରମଣରୁ ରକ୍ଷା କରିବା । ଦୁଇ ଡୋଜ୍ ସହିତ କୋଭାକ୍ସିନର କ୍ଷମତା ୬୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି ।କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ସେ ଦାବି କରିଛନ୍ତି ।

କ୍ରିଷ୍ଣା ଏଲାଙ୍କ କହିବା ହେଉଛି, ପ୍ରଥମ ଏବଂ ଦ୍ବିତୀୟ ପରୀକ୍ଷାର ତଥ୍ୟ ଉପଲବ୍ଧ ଅଛି, ତେବେ ଆପଣ ଉତ୍ପାଦକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ ବୋଲି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୨୦୧୯ ଦେଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି । କୋଭାକ୍ସିନକୁ ଏହି ସର୍ତ୍ତ ଆଧାରରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ଟ୍ରାଏଲରେ ୮ଶହ ସ୍ୱେଛାସେବୀ ସାମିଲ ହୋଇଥିଲେ । ଭାରତ ବାୟୋଟେକର କହିବା ହେଉଛି ତୃତୀୟ ପର‌୍ୟ୍ୟାୟ ପାଇଁ ୨୩ ହଜାର ଭଲ୍ୟୁଣ୍ଟରଙ୍କୁ ବଛାଯାଇଥିଲା । ଯାହାର ଟ୍ରାଏଲ ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇଥିଲା । ତେବେ ଏହାର ଡାଟା ଏପର‌୍ୟ୍ୟନ୍ତ ଜାରି କରାଯାଇ ନାହିଁ । ଟିକାକୁ ୨୦୨୧ ଫେବ୍ରୁଆରିରେ କିମ୍ବା ମାର୍ଚ୍ଚରେ ମଞ୍ଜୁରି ମିଳିବାର ଥିଲା କିନ୍ତୁ ସମୟ ପୂର୍ବରୁ ଅର୍ଥାତ ଜାନୁଆରୀ ୩ ତାରିଖରେ ଏହାକୁ ମଞ୍ଜୁରୀ ମିଳିଗଲା । ଯେଉଁଥିପାଇଁ ଡାଟା ଜାରି ହୋଇ ପାରିନାହିଁ ।
କ୍ରିଷ୍ଣା ଏଲ୍ଲା ଆହୁରି ମଧ୍ୟ କହିଛନ୍ତି, ଭାରତ ସେହି ଦେଶ ମାନଙ୍କ ତାଲିକାରେ ସାମିଲ ହୋଇଛି ଯାହା କୋଭିଡ୍ ଟିକା ନିଜେ ପ୍ରସ୍ତୁତ କରିଛି । ବ୍ରାଜିଲ ମଧ୍ୟ ଏହି ଟିକା କିଣିବାକୁ ଭାରତ ବାୟୋଟେକ୍ ସହିତ ଚୁକ୍ତି କରିଛି । ବ୍ରିଟେନ ସମେତ ୧୨ରୁ ଅଧିକ ଦେଶରେ ଆମେ କ୍ଲିନିକାଲ୍ ପରୀକ୍ଷା କରୁଛୁ ।

Get real time updates directly on you device, subscribe now.

Leave A Reply

Your email address will not be published.