ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଡ଼ାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି ।
ପୋଲିସ ଉପସ୍ଥିତିରେ ଡାକ୍ତରୀ ଛାତ୍ରୀଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା ।
ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା ।