THE BYAPINI

ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

Get real time updates directly on you device, subscribe now.

ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର । ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।

ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି। ବାରିପଦା- ୪୩.୬, ବାଲେଶ୍ୱର- ୪୩, ଚାନ୍ଦବାଲି- ୪୨.୬ ତାଳଚେର- ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଗୁଳ ୪୧.୭, ବଲାଙ୍ଗିର ଓ ଭବାନୀପାଟଣା ୪୧.୫ ଟିଟିଲାଗଡ଼ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସମ୍ବଲପୁର ୪୦.୮, କଟକ ୪୦.୬, ସୁନ୍ଦରଗଡ଼ ୪୦.୫ ତାପମାତ୍ରା ରେକର୍ଡ ହୋଇଛି ।

1948 ମସିହା ପରଠୁ ଭୁବନେଶ୍ଵରରେ କେବେ ମଧ୍ୟ ଏମିତି ଗରମ ଅନୁଭୂତ ହୋଇ ନଥିଲା। ୨୦୧୬ରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୬୩ ମସିହା ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ଥିଲା । ଆଜିର ତାପମାତ୍ରା ପୂର୍ବ ସବୁ ରେକର୍ଡକୁ ଅତିକ୍ରମ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.