THE BYAPINI

ତତଲା ସହର ପାଲଟିଛି ରାଜଧାନୀ

Get real time updates directly on you device, subscribe now.

ଅସହ୍ୟ ଗରମରେ ଛଟପଟ ହେଉଛି ସାରା ଓଡ଼ିଶା ।ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।ରାଜ୍ୟରେ ଏବେ ସବୁଠାରୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର ।ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ବେଳର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ତକାଲି ଭୁବନେଶ୍ୱରେ ୪୦.୮ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ଗତକାଲିର ଏହି ରେକର୍ଡ ଆଜି ଭାଙ୍ଗିବ ଭୁବନେଶ୍ୱର ।
ଭୁବନେଶ୍ୱରର ତାପମାତ୍ର ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ଓ ଚାନ୍ଦବାଲିରେ ୩୭.୮ ଡିଗ୍ରୀ, ବାଲେଶ୍ୱର ୩୭.୨ ଡିଗ୍ରୀ, ସମ୍ବଲପୁରରେ ୩୭ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦ୍ୱୀପରେ ୩୧.୮ ଡିଗ୍ରୀ ଓ ଗୋପାଳପୁରରେ ୩୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସାଧାରଣତଃ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ରାଜ୍ୟରେ ଅନୁଭୂତ ହେଉଥିବା କାଳବୈଶାଖୀ ଦିନର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ।କିନ୍ତୁ ଏପ୍ରିଲ ମାସରେ କମ୍ ବର୍ଷା ହେବା, ତାତି ବଢ଼ିବାର କାରଣ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ବର୍ଷାର ଅଭାବ ଦ୍ୱାରା ମାଟିର ଆର୍ଦ୍ରତା ହ୍ରାସ ପାଇଥାଏ । ଦୁଇଦିନ ପୂର୍ବରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇଥିବାରୁ ସେଠାକାର ତାପମାତ୍ରା ସାମାନ୍ୟ କମ୍ ରହିଛି । ହେଲେ ଉପକୂଳ ଓଡ଼ିଶାରେ ବର୍ଷା ନହେବା କାରଣରୁ ତାପମାତ୍ରା ବଢ଼ୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.