THE BYAPINI

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବିଜେପି ବିଧାୟକ ଦଳ ବୈଠକରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପନ୍ଦ୍ରେ ପଟେଲଙ୍କ ନାଁ ସ୍ଥିର ହୋଇଛି । ତାଙ୍କ ନାଁକୁ ଖୋଦ୍ ବିଜୟ ରୂପାଣୀ ହିଁ ପ୍ରସ୍ତାବ ଦେଇଥିଲେ ।
ଭୂପେନ୍ଦ୍ର ପଟେଲଙ୍କ ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ରେସରେ ଅନ୍ୟ କିଛି ନେତା ମଧ୍ୟ ରହିଥିଲେ । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ପୁରୁଷୋତ୍ତମ ରୂପାଲା, ନୀତିନ ପଟେଲ, ସିଆର ପାଟିଲ ପ୍ରମୁଖ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ରହିଥିଲେ । ହେଲେ ସମସ୍ତଙ୍କୁ ଚମକାଇ ଏବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାଁ ଆଗକୁ ଆସିଛି । ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ଥିର ହେବା ପରେ ଏବେ ଗୁଜରାଟ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଅଦଳ ବଦଳ ହେବା ନେଇ ଖବର ମିଳୁଛି ।
ଅନ୍ୟପଟେ ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ମନ୍ତ୍ରୀ ଥିବା ଅନେକ ନେତାଙ୍କୁ ହଟାଇ ଦଳ କିଛି ନୂଆ ମୁହଁକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.