THE BYAPINI

ଅଭିଯୁକ୍ତକୁ ଚିହ୍ନିଲେ ଅଂଜନା

Get real time updates directly on you device, subscribe now.

୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ସହ ମୁହାଁମୁହିଁ ହୋଇଛନ୍ତି ପୀଡିତା ଅଂଜନା ମିଶ୍ର । ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟିଆଇ ପରେଡରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଚିହ୍ନିଲେ ପୀଡିତା । ଏପରିକି ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର ମଧ୍ୟ ଅଭିଯୁକ୍ତକୁ ଚିହ୍ନି ପାରିଥିବା ଅଞ୍ଜନା କହିଛନ୍ତି। ଝାରପଡା ଜେଲରେ ହୋଇଥିବା ଟିଆଇ ପରେଡରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ।

୨୨ ବର୍ଷ ପରେ ଦୁଷ୍କର୍ମକାରୀ ବିବନ ବିଶ୍ୱାଳକୁ ଅତି ସହଜରେ ଅଂଜନା ମିଶ୍ର ଚିହ୍ନିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଟିଆଇ ପରେଡ ପରେ ଅଂଜନା ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବିବନକୁ ଚିହ୍ନିଛନ୍ତି । ଟିଆଇ ପରେଡରେ ୧୨ ଜଣ ଛିଡା ହୋଇଥିଲେ ବୋଲି ସେ କହିଛନ୍ତି । ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ ବୋଲି ପୀଡିତା କହିଛନ୍ତି । ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ହୋଇଥିଲା । ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଜି ମାଜିଷ୍ଟ୍ରେଟଙ୍କ ସହ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟ ଅଭିଯୁକ୍ତର ଜେଲରେ ଟିଆଇ ପରେଡ କରାଯାଇଥିଲା ଟିଆଇ ପରେଡ ପାଇଁ ସିବିଆଇର ମଙ୍ଗଳବାର ଆବେଦନ କରିବା ପରେ ସିବିଆଇ ସ୍ପେଶାଲ ଜଜ୍ ଆଜି ଟିଆ ପରେଡ କରିବା ପାଇଁ ଅନୁମତି ଦେଇଥିଲେ ।

ଅନ୍ୟପଟେ ଟିଆଇ ପରେଡ୍ ପରେ ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ ଦୁଇ ଦିନ ଧରି ବିବନକୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।
କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ ପୁନେରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିଲା ।ବିବନ ବିଶ୍ୱାଳ ସେଠାରେ ନାମ ଗୋପନ ରଖି ଅନ୍ୟ ଏକ ନାଁରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା । ଏହାପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା ।

Get real time updates directly on you device, subscribe now.

Leave A Reply

Your email address will not be published.