THE BYAPINI

ପ୍ରଥମ ଦିନରେ ବାଇଡେନଙ୍କ ଆକ୍ସନ

Get real time updates directly on you device, subscribe now.

ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ କାର୍ୟ୍ୟଭାର ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭାବେ କାର୍ୟ୍ୟଭାର ସମ୍ଭାଳିବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିଚାଲିଛନ୍ତି ଜୋ ବାଇଡେନ୍‌ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାକୁ ପୁଣିଥରେ ସାମିଲ କରିବାକୁ ମୋହର ମାରିଛନ୍ତି ବାଇଡେନ୍ ।

କରୋନା ମହାମାରୀ ସହ ମୁକାବିଲା କରିବାରେ ବିଫଳ ହେବା ଏବଂ ଚାଇନାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଠାରୁ ଆମେରିକାକୁ ଅଲଗା କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ଗତ ବର୍ଷ ଏପ୍ରିଲ ମାସରେ ଡଐଙକୁ ଆମେରିକା ଦେଉଥିବା ଅର୍ଥ କୋଷକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ ଟ୍ରମ୍ପ । ଏହାକୁ ନେଇ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ‘ବାସ୍ତବରେ ଡଐଙକୁ ଚାଇନା ହିଁ ନିୟନ୍ତ୍ରଣ କରୁଛି । କରୋନା ଭାଇରସକୁ ନେଇ ଚାଇନା ମିଛ କହୁଛି ଏବଂ ଡଐଙ ଚାଇନାକୁ ଅହେତୁକ ଅନୁକମ୍ପା ଦେଖାଉଛି’ । ସେହିପରି ଆମେରିକା ଓ ମେକ୍ସିକୋ ମଧ୍ୟରେ ତିଆରି ହେଉଥିବା ଟ୍ରମ୍ପ ଟାଓ୍ୱାରକୁ ଫଣ୍ଡିଂ ବନ୍ଦ କରିଛନ୍ତି। ମୋଟ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ପ୍ରତ୍ୟାହାର କରିବାକୁ ସେ ଏପର୍ୟ୍ୟନ୍ତ ୧୭ ଟି କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ବାଇଡେନ। ଆଗାମୀ ଦିନରେ ସେ ଆହୁରି ଅନେକ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିବେ ବୋଲି ସୂଚନା ରହିଛି। ଆମେରିକା ଓ ମେକ୍ସିକୋ ମଧ୍ୟରେ ତିଆରି ହେଉଥିବା ଟ୍ରମ୍ପ ଟାଓ୍ୱାରକୁ ଫଣ୍ଡିଂ ବନ୍ଦ କରିଛନ୍ତି। ମୋଟ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ପ୍ରତ୍ୟାହାର କରିବାକୁ ସେ ଏପର୍ୟ୍ୟନ୍ତ ୧୭ ଟି କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ବାଇଡେନ। ଆଗାମୀ ଦିନରେ ସେ ଆହୁରି ଅନେକ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିବେ ବୋଲି ସୂଚନା ରହିଛି।

ତେବେ ଟ୍ରମ୍ପ ଲାଗୁକରିଥିବା ନିୟମକୁ ରଦ୍ଦ କରିବାକୁ ଜୋ ବାଇଡେନ୍‌ ଆଦେଶ ଦେଇଛନ୍ତି । ଏହା ସହ କାର୍ୟ୍ୟଭାର ଆରମ୍ଭର ପ୍ରଥମ ଦିନରେ ହିଁ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିଓ ଗୁତରେସ୍‌ଙ୍କୁ ଏକ ଚିଠି ଲେଖି କହିଛନ୍ତି, ‘ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ଭାବେ ପୂର୍ବପରି ରହିବାକୁ ଚାହୁଁଛି । ଏହା ସହ ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ପ୍ରବକ୍ତା ତାଙ୍କ ବୟାନରେ କହିଛନ୍ତି, କୋଭିଡ୍-୧୯ ବିରୁଦ୍ଧରେ ଲଢିବା ପାଇଁ ଡଐଙର ସମର୍ଥନ ଗୁରୁତ୍ବପୂର୍ଣ୍ଣ । ଏହା ସହ ସେ କହିଛନ୍ତି, ବର୍ତ୍ତମାନ ବିଶ୍ବ ସମୁଦାୟ ଏକଜୁଟ୍ ହୋଇ କାମ କରିବା ଉଚିତ । ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ବାଇଡେନଙ୍କୁ ବର୍ତ୍ତମାନ ବୟସ ୭୮ ବର୍ଷ। ଆପଣ ଜାଣିଲେ ବିସ୍ମିତ ହେବେ ଯେ ରାଷ୍ଟ୍ରପତି ଆସନ ହାସଲ କରି ବାଇଡେନ୍ ତାଙ୍କ ୫୦ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.