THE BYAPINI

ଭାରତରେ କିଭଳି ରୋକିହେବ ସଂକ୍ରମଣ? ଜାଣନ୍ତୁ କ’ଣ କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ

Get real time updates directly on you device, subscribe now.

ସାରା ଦେଶରେ କୋଭିଡ ସଂକ୍ରମଣ ସୁନାମୀ ଭଳି ମାଡି ଚାଲିଥିବା ବେଳେ କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ତାହା ଏବେ ବଡ଼ ପ୍ରଶ୍ନ । ସଂକ୍ରମଣ ଏବେ ଦୈନିକ ୪ ଲକ୍ଷ ଛୁଇଁଥିବା ବେଳେ ଆଗକୁ ସଂକ୍ରମଣ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଇଛି । ତେବେ ଏପରି ସମୟରେ ଭାରତରେ କରୋନାକୁ ରୋକିବାର ଫର୍ମୁଲା କହିଛନ୍ତି ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଆମେରିକାର ମୁଖ୍ୟ ମହାମାରୀବିତ୍ ଡାକ୍ତର ତଥା ଆମେରିକାର ମୁଖ୍ୟ ମହାମାରୀବିତ୍ ଡାକ୍ତର ଆନ୍ଥୋନି ଫାଉଚି ଆନ୍ଥୋନି ଫାଉଚି କହିଛନ୍ତି, ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ସପ୍ତାହ ପାଇଁ ଲକଡାଉନ୍ କରିବାକୁ ହେବ। ଯଦି ଲକଡାଉନ୍ ହେବ ତାହେଲେ କୋଭିଡ ସଂକ୍ରମଣର ଚେନ କାଟିହେବ । ଭାରତରେ ସଂକ୍ରମଣର ବ୍ୟାବପତାକୁ ଦେଖି ସଟଡାଉନ ହିଁ ଏକମାତ୍ର ବିକଳ୍ପ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

ଆନ୍ଥୋନି ଫାଉଚି କହିଛନ୍ତି, ଲକଡାଉନ ସହିତ ଅକ୍ସିଜେନ, ଔଷଧ ଏବଂ ପିପିଇ କିଟକୁ ଆବଶ୍ୟକରୁ ଅଧିକ ମହଜୁଦ ରଖିବାକୁ ହେବ। ସେ କହିଛନ୍ତି ଚାଇନାରେ ଯେତେବେଳେ କରୋନା ବ୍ୟାପିଲା ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ଚାଇନାକୁ ଲକଡାଉନ କରିଦେଇଥିଲା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ଚାଇନା ସଫଳ ହେଲା। ତେବେ ଲକଡାଉନର ଅର୍ଥ ୬ ସପ୍ତାହ ନୁହେଁ। କିଛି ସପ୍ତାହ ପାଇଁ ଦେଶରେ ଲକଡାଉନ୍ ଜାରି କରି କୋଭିଡ ଚେନକୁ ଭାଙ୍ଗିହେବ ବୋଲି ସେ କହିଛନ୍ତି।

ପ୍ରତିଦିନ ସଂକ୍ରମଣର ହାର ବଢିଚାଲିଥିବାରୁ ଏହି ଚେନକୁ ଭାଙ୍ଗିବା ପାଇଁ ଲୋକଙ୍କ ଚଳପ୍ରଚଳ ସଂପୂର୍ଣ୍ଣ ନିୟନ୍ତ୍ରିତ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.