THE BYAPINI

ବିଦ୍ୟାଭାରତୀଙ୍କୁ ୫୦ ପ୍ରଶ୍ନ

Get real time updates directly on you device, subscribe now.

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା ।ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସୌମ୍ୟରଂଜନଙ୍କ ବାବଦରେ ପଚାରିବାରୁ ଭାବବିହ୍ୱଳ ହୋଇପଡିଥିଲେ ବିଦ୍ୟାଭାରତୀ । ଘଟଣା ଦିନ କଣ ହୋଇଥିଲା କହିବା ବେଳେ କାନ୍ଦି ପକାଇଥିଲେ ।ପାଖାପାଖି ୫୦ଟି ପ୍ରଶ୍ନ ଗୁଡେଇତୁଡେଇ ପଚାରିଥିଲେ ଲାଏ ଡିଟେକ୍ସନ ଏକ୍ସପର୍ଟ ।
ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକସନ ଟେଷ୍ଟ ହୋଇଥିଲା । ମୃତ ସୌମ୍ୟରଂଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ତଥ୍ୟ ଆଧାରରେ ତଦନ୍ତକାରୀ ସଂସ୍ଥା ଏଦିଗରେ ତଦନ୍ତକୁ ଆଗକୁ ବଢାଇବ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏଁ ତଦନ୍ତକାରୀ ସଂସ୍ଥା ସଫଳତା ପାଇନାହିଁ ।
ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ସୌମ୍ୟଙ୍କ ମାଆ ଦାବି କରିଛନ୍ତି । ଏଥିସହ ଓଆଇସି ମମତା ପଣ୍ଡା ଓ ଡାକ୍ତରଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.