ଭାଗଲପୁରରେ ଭୟଙ୍କର ବିସ୍ଫୋରଣ
ବିହାରର ଭାଗଲପୁରରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଭାଗଲପୁରଠାରେ ଏକ ବିଲ୍ଡିଂରେ ବଡ଼ ଧରଣରେ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛନ୍ତି। ଭାଗଲପୁରର ଏହି ବିଲ୍ଡିଂରେ ବିସ୍ଫୋରଣ ହେବା ପରେ ସେଠାର ଆଖପାଖ ଲୋକ କହିଥିଲେ କି ଏହି ବିଲ୍ଡିଂରେ ବୋମା ତିଆରି କରାଯାଉଥିଲା । ତେବେ ବୋମା ବିସ୍ଫୋରଣ ଫଳରେ ଏହି ଅଘଟଣ ହୋଇଛି ବୋଲି ଅନୁମାନ କରାଯାଇଛି ।
୪ଟି ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ପୁଲିସ କହିଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଭୁଶୁଡ଼ି ପଡ଼ିଥିବା ଘର ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି।