THE BYAPINI

ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ

Get real time updates directly on you device, subscribe now.

ମହାମାରୀ ରୋକିବା ପାଇଁ ଟିକାକରଣ ଏକମାତ୍ର ଉପାୟ ବୋଲି କୁହାଯାଉଛି । ଏପରି ସ୍ଥଳେ ଗ୍ରାମାଂଚଳରେ ବହୁ ଲୋକ ଆଦୌ ଟିକା ନେଇନଥିବା ବେଳେ ଦ୍ୱିତୀୟ ଡୋଜ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ।
ଆସନ୍ତାକାଲିଠୁ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତିି ।ଗାଁ ଗାଁ ବୁଲି ଆଶା କର୍ମୀମାନେ ଟିକା ନେଇନଥିବା ଲୋକଙ୍କୁ ଖୋଜିବା ସହ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ ।ଯେଉଁ ଗାଁରେ ଅଧିକ ଲୋକସଂଖ୍ୟା ଥିବେ ସେଠି ଅଧିକ ଟିକାକରଣ କେନ୍ଦ୍ର ଖୋଲାଯିବ । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି ବୋଲି ସୂଚନା ଦେଇଛନ୍ତିି ବିଜୟ ପାଣିଗ୍ରାହୀ ।

Get real time updates directly on you device, subscribe now.

Leave A Reply

Your email address will not be published.