THE BYAPINI

ପକ୍କା ଘର ପଲିଟିକ୍ସ

Get real time updates directly on you device, subscribe now.

ପକ୍କା ଘର ରାଜନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଲୋଗୋ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ଚିଠି ଲେଖିଛନ୍ତି । ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ, ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନାର ଲୋଗୋ ଲାଗିପାରିବ ନାହିଁ ଜ୍ଝ ଏହି ଯୋଜନାରେ ରାଜ୍ୟ ସରକାର ନିଜସ୍ୱ କୌଣସି ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଜ୍ଝ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନେଇ ପ୍ରଥମେ ବିଜେପି ଅଭିଯୋଗ କରିଥିଲା ଜ୍ଝ ଭାରତୀୟ ଜନତା ପାର୍ଟି ପ୍ରଥମେ ଡ଼ିସେମ୍ବର ମାସରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ନିର୍ମିତ ପକ୍କା ଘରେ ବିଜୁ ପକ୍କାଘର ଯୋଜନାର ବଡ଼ ଷ୍ଟିକର ମାରିବା ଘଟଣା ଉଠାଇଥିଲା ।

ଡ଼ିସେମ୍ବର ମାସରେ ରାଜ୍ୟର ବିଭିନ୍ନ ବ୍ଲକ୍ ସମ୍ମୁଖରେ ଓ ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ଚଞ୍ଚକତାପୂର୍ଣ୍ଣ ଚିଠି ଏବଂ ବିଜୁ ପକ୍କାଘର ଷ୍ଟିକରକୁ ବିଜେପିର କାର୍ୟ୍ୟକର୍ତ୍ତାମାନେ ଚିରିବା ସହ ପୋଡ଼ିଥିଲେ । ଏହାପରେ ଗାଁ ଗାଁରେ ବିଜେପି କାର୍ୟ୍ୟକର୍ତ୍ତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ଲଗାଇବା ନେଇ ବିରୋଧ କରିଥିଲେ । ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନେତୃତ୍ବରେ ବିଧାୟକମାନେ ରାଜ୍ୟପାଳଙ୍କୁ ଦେଖାକରିବା ସହ ଏହି ଷ୍ଟିକର ହଟାଇବା ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ । ଏହା ପରେ ବିଜେପି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲା ଜ୍ଝ ଆଉ ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଜ୍ଝ

Get real time updates directly on you device, subscribe now.

Leave A Reply

Your email address will not be published.