THE BYAPINI

ବିଲ ଗେଟ୍ସଙ୍କ ବ୍ରେକ୍ଅପ

Get real time updates directly on you device, subscribe now.

ବିବାହର ୨୭ ବର୍ଷ ପରେ ହେବ ବିବାହ ବିଚ୍ଛେଦ । ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍ ପାରିବାରିକ ଜୀବନରେ ଫାଟ । ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବିଲ୍ ଗେଟ୍ସ ନିଜ ବିବାହ ବିଚ୍ଛେଦକୁ ନେଇ ଟ୍ୱିଟରରେ ଏକ ବୟାନ ଜାରି କରି କହିଛନ୍ତି ବହୁତ ବୁଝି ବିଚାରି ସେ ଓ ତାଙ୍କ ପତ୍ନୀ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ବିଶ୍ୱର ସବୁଠାରୁ ଧନୀ ଦମ୍ପତି ବିଲ୍ ଓ ମିଲିଣ୍ଡାଙ୍ ବିବାହର ୨୭ ବର୍ଷ ପରେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।ସେମାନେ କହିଛନ୍ତି କି ‘ଆମକୁ ଲାଗୁ ନାହିଁ କି, ଆଉ ଆମେ ଦମ୍ପତି ଭାବେ ଜୀବନକୁ ଆଗକୁ ବଢାଇ ପାରିବୁ’ । ହେଲେ ଦୁନିଆର ସବୁଠାରୁ ବଡ ଘରୋଇ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ପାଇଁ ମିଳିତ ଭାବେ କାର୍ୟ୍ୟ କରିବୁ ।ବିଲ୍ ଗେଟ୍ସ ଟ୍ୱିଟ କରି କହିଛନ୍ତି ତାଙ୍କର ୩ ପୁଅ-ଝିଅ। ସେ ଏକ ବହୁତ ଭଲ ସଂସ୍ଥା ତିଆରି କରିଛନ୍ତି ଯାହା ଦୁନିଆରେ ଲୋକଙ୍କୁ ସୁସ୍ଥ ଓ ଭଲ ଜୀବନ ବଞ୍ଚିବାରେ ସାହାଯ୍ୟ କରିଥାଏ। ନିଜର ଏହି ମିଶନକୁ ସେ ଏହିଭଳି ଜାରି ରଖିବେ ଓ ଏହିଭଳି ଲୋକଙ୍କୁ ସାହାଯ୍ୟ କରୁଥିବେ ବୋଲି ସେ କହିଛନ୍ତି।

ଫୋର୍ବ୍ସର ୩୫ତମ ତାଲିକା ଅନୁଯାୟୀ, ବିଲ୍ ଗେଟ୍ସଙ୍କ ପାଖରେ ବର୍ତ୍ତମାନ ପାଖାପାଖି ୧୨୪ ବିଲିୟନ୍ ଡଲାର୍ ସମ୍ପତ୍ତି ଅଛି। ଏହି ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଜେଫ୍ ବେଯୋଶ୍, ଦ୍ୱିତୀୟ ସ୍ଥାନରେ ଏଲନ୍ ମସ୍କ ଓ ତୃତୀୟ ସ୍ଥାନରେ ବର୍ନାଡ ଅର୍ନାଲ୍ଟ ଅଛନ୍ତି। ବିଲ ଏବଂ ମିରିଣ୍ଡା ଉଭୟ ଉଭୟଙ୍କୁ ୧୯୮୦ ମସିହାରେ ମାଇକ୍ରୋସଫ୍ଟ କାର୍ୟ୍ୟାଳୟରେ ଭେଟିଥିଲେ । ମିଲିଣ୍ଡା ସେତେବେଳେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ୧୯୯୪ ମସିହାରେ ବିବାହ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.